ଶ୍ରୀମନ୍ଦିରରେ ନିର୍ମାଣାଧୀନ ସ୍ୱତନ୍ତ୍ର ଧାଡ଼ି ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ ଆଇନ ମନ୍ତ୍ରୀ
ଭୁବନେଶ୍ୱର,୨୮ ଅକ୍ଟୋବର (ହି.ସ.)- ପୁରୀ ଶ୍ରୀମନ୍ଦିରରେ ଓବିସିସି ଦ୍ୱାରା ନିର୍ମାଣାଧୀନ ସ୍ୱତନ୍ତ୍ର ଧାଡ଼ି ଦର୍ଶନ ବ୍ୟବସ୍ଥାର ଭିତିଭୂମି ଓ ବ୍ୟାରିକେଡ୍ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ କାର୍ଯ୍ୟସ୍ଥଳ ପରିଦର୍ଶନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହି ଅବସରରେ ମନ୍ତ୍
hdtyj


ଭୁବନେଶ୍ୱର,୨୮ ଅକ୍ଟୋବର (ହି.ସ.)- ପୁରୀ ଶ୍ରୀମନ୍ଦିରରେ ଓବିସିସି ଦ୍ୱାରା ନିର୍ମାଣାଧୀନ ସ୍ୱତନ୍ତ୍ର ଧାଡ଼ି ଦର୍ଶନ ବ୍ୟବସ୍ଥାର ଭିତିଭୂମି ଓ ବ୍ୟାରିକେଡ୍ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହ କାର୍ଯ୍ୟସ୍ଥଳ ପରିଦର୍ଶନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହି ଅବସରରେ ମନ୍ତ୍ରୀ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉଚ୍ଚ ଗୁଣବତା ଓ ଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କ ସହ ଆଲୋଚନା କରି ନିର୍ଦ୍ଦେଶ ଦେଇଛନ୍ତି।

ଆମ ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କ ଅନୁଭୂତିକୁ ଅଧିକ ସୁଗମ, ସୁବ୍ୟବସ୍ଥିତ ଓ ସୁରକ୍ଷିତ କରିବା ଦିଗରେ ଆମର ପ୍ରୟାସ ନିରନ୍ତର ଜାରି ରହିବ ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande