ପ୍ରଧାନମନ୍ତ୍ରୀ ମୋଦୀ ଆଜିଠାରୁ ଗୁଜରାଟର ଦୁଇଦିନିଆ ଗସ୍ତରେ, ୧୪ ହଜାର କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଦେବେ ଭେଟି
ନୂଆଦିଲ୍ଲୀ, ୩୦ ଅକ୍ଟୋବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଗୁଜରାଟର ଦୁଇଦିନିଆ ଗସ୍ତରେ ରହିବେ। ଏହି ଅବସରରେ ସେ ବନାସକାଣ୍ଠାରେ ୧୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଓ ଲୋକାର୍ପଣ କରିବେ। ଏଥିସହ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନି
भाजपा ने प्रधानमंत्री नरेन्द्र मोदी के गुजरात दौरे का कार्यक्रम एक्स पर साझा किया है।


ନୂଆଦିଲ୍ଲୀ, ୩୦ ଅକ୍ଟୋବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଗୁଜରାଟର ଦୁଇଦିନିଆ ଗସ୍ତରେ ରହିବେ। ଏହି ଅବସରରେ ସେ ବନାସକାଣ୍ଠାରେ ୧୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଓ ଲୋକାର୍ପଣ କରିବେ। ଏଥିସହ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ୨୪ତମ କିସ୍ତି ବାବଦରେ ଦେଶର କୃଷକମାନଙ୍କୁ ପ୍ରାୟ ୧୯,୦୦୦ କୋଟି ଟଙ୍କା ପ୍ରଦାନ କରିବେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗୁଜରାଟ ଗସ୍ତର ପୂର୍ବ ସନ୍ଧ୍ୟାରେ ଜାରି ଏକ ବିବୃତିରେ କୁହାଯାଇଛି ଯେ, ମୋଦୀ ଅକ୍ଟୋବର ୩୦ ତାରିଖରେ ବନାସକାଣ୍ଠାଠାରେ ଭ୍ରୂଣ ପ୍ରତିରୋପଣ ପ୍ରଯୁକ୍ତିବିଦ୍ୟା ଓ ଇନ୍-ଭିଟ୍ରୋ ଫର୍ଟିଲାଇଜେସନ୍ (ଇଟି-ଆଇଭିଏଫ୍) ପରୀକ୍ଷାଗାର ଏବଂ ଭାରତ ଗୋବଂଶ ପ୍ରଜନନ ଓ ଗବେଷଣା କେନ୍ଦ୍ର ପରିଦର୍ଶନ କରିବେ। ଏହାପରେ ସେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ଦୁଇଟି ରେଳ ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ ଏବଂ ଏକ ଜନସଭାକୁ ସମ୍ବୋଧିତ କରିବେ।

ମୋଦୀ ବନାସକାଣ୍ଠାର ଭିଲଡ଼ିଠାରେ ସ୍ଥାପିତ ଭାରତ ଗୋବଂଶ ପ୍ରଜନନ ଓ ଗବେଷଣା କେନ୍ଦ୍ରକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ। ୧୨୭ ଏକର ଜମିରେ ପରିବ୍ୟାପ୍ତ ଏହି କେନ୍ଦ୍ରରେ ଗୋବଂଶର ବିଭିନ୍ନ ପ୍ରଜାତିର ଉନ୍ନତି, ଜେନେଟିକ୍ ଉନ୍ନୟନ ଏବଂ ଆଧୁନିକ ପ୍ରଜନନ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହନ ଦିଆଯିବ। କାଙ୍କରେଜ ପ୍ରଜାତିର ଗୋବଂଶ ପାଇଁ ଏହା ଦେଶରେ ନିଜ ଧରଣର ପ୍ରଥମ କେନ୍ଦ୍ର ହେବ। ଏହି କେନ୍ଦ୍ର ମାଧ୍ୟମରେ ଗୋବଂଶର ଜାତିଗତ ଉନ୍ନତିର ଗତିକୁ ୧୦ରୁ ୨୦ ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଛି।

ପ୍ରଧାନମନ୍ତ୍ରୀ ବନାସ ଡାଏରୀ ପକ୍ଷରୁ ଥରାଦ ଓ ରାଧନପୁରଠାରେ ସ୍ଥାପନ ହେବାକୁ ଥିବା ଦୁଇଟି ବାୟୋ-ସିଏନ୍ଜି କାରଖାନାର ଶିଳାନ୍ୟାସ ମଧ୍ୟ କରିବେ। ଏହି କାରଖାନାଗୁଡ଼ିକରେ ପ୍ରତିଦିନ ଯଥାକ୍ରମେ ୭୫ ଓ ୧୦୦ ମେଟ୍ରିକ୍ ଟନ୍ ଗୋବର ପ୍ରକ୍ରିୟାକରଣ କରିବାର କ୍ଷମତା ରହିବ।

ଏଥିସହ ମୋଦୀ ଅହମ୍ମଦାବାଦ ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ବିମାନବନ୍ଦର ଓ ଗିଫ୍ଟ ସିଟି ପର୍ଯ୍ୟନ୍ତ ସମ୍ପ୍ରସାରଣ ପ୍ରକଳ୍ପର ଶିଳାନ୍ୟାସ କରିବେ। ବିମାନବନ୍ଦର ସମ୍ପ୍ରସାରଣ ମାର୍ଗର ଲମ୍ବ ୬ କିଲୋମିଟରରୁ ଅଧିକ ହେବ ଏବଂ ଏଥିରେ ପାଞ୍ଚଟି ଷ୍ଟେସନ ରହିବ। ସେହିପରି ଗିଫ୍ଟ ସିଟି ସମ୍ପ୍ରସାରଣ ମାର୍ଗର ଲମ୍ବ ୩.୩ କିଲୋମିଟରରୁ ଅଧିକ ହେବ ଏବଂ ଏଥିରେ ତିନୋଟି ଷ୍ଟେସନ ନିର୍ମାଣ କରାଯିବ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande