ଉଜ୍ଜୟିନୀ: ରୂପାର ଚନ୍ଦ୍ର-ତ୍ରିଶୂଳ, ମୁକୁଟ ଓ ମୁଣ୍ଡମାଳରେ ସଜ୍ଜିତ ବାବା ମହାକାଳ, ଭସ୍ମ ଆଳତିରେ ଗୁଞ୍ଜରିତ ହେଲା ଜୟ ଶ୍ରୀ ମହାକାଳ ଧ୍ୱନି
ଉଜ୍ଜୟିନୀ, ୩୦ ଅକ୍ଟୋବର (ହି.ସ.)। ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶୁକ୍ରବାର ଭୋର ସମୟରେ ଭଗବାନ ମହାକାଳଙ୍କ ଭସ୍ମ ଆଳତି ପାରମ୍ପରିକ ରୀତିନୀତି ଓ ସ୍ୱତନ୍ତ୍ର ଶୃଙ୍ଗାର ସହ ସମ୍ପନ୍ନ ହୋଇଛି। କାର୍ତ୍ତିକ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ସକାଳ ୪ଟାରେ ମ
रजत चंद्र-त्रिशूल, मुकुट और मुंडमाल से सजे बाबा महाकाल


ଉଜ୍ଜୟିନୀ, ୩୦ ଅକ୍ଟୋବର (ହି.ସ.)। ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶୁକ୍ରବାର ଭୋର ସମୟରେ ଭଗବାନ ମହାକାଳଙ୍କ ଭସ୍ମ ଆଳତି ପାରମ୍ପରିକ ରୀତିନୀତି ଓ ସ୍ୱତନ୍ତ୍ର ଶୃଙ୍ଗାର ସହ ସମ୍ପନ୍ନ ହୋଇଛି। କାର୍ତ୍ତିକ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ସକାଳ ୪ଟାରେ ମନ୍ଦିରର ଦ୍ୱାର ଖୋଲାଯାଇଥିଲା। ବାବା ମହାକାଳଙ୍କ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭସ୍ମ ଆଳତିରେ ସାମିଲ ହୋଇଥିଲେ। ଏହି ସମୟରେ ସମଗ୍ର ମନ୍ଦିର ପରିସର 'ଜୟ ଶ୍ରୀ ମହାକାଳ' ଧ୍ୱନିରେ ପ୍ରକମ୍ପିତ ହୋଇଥିଲା।

ମନ୍ଦିରର ଦ୍ୱାର ଖୋଲିବା ପରେ ପ୍ରଥମେ ସଭାମଣ୍ଡପରେ ବୀରଭଦ୍ରଜୀଙ୍କ କାନରେ ସ୍ୱସ୍ତିବାଚନ କରାଯାଇଥିଲା। ଘଣ୍ଟାଳ ବଜାଇ ଭଗବାନଙ୍କଠାରୁ ଆଜ୍ଞା ନିଆଯିବା ପରେ ସଭାମଣ୍ଡପର ରୂପା ଦ୍ୱାର ଖୋଲାଯାଇଥିଲା। ଗର୍ଭଗୃହରେ ପ୍ରବେଶ କରି ପୂଜକମାନେ ଭଗବାନ ମହାକାଳଙ୍କ ଶୃଙ୍ଗାର ଖୋଲିବା ସହ ଗର୍ଭଗୃହରେ ବିରାଜମାନ ଦେବଦେବୀଙ୍କ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଭଗବାନଙ୍କ ଜଳାଭିଷେକ କରାଯାଇଥିଲା। ପରେ କ୍ଷୀର, ଦହି, ଘିଅ, ଚିନି, ମହୁ ଓ ବିଭିନ୍ନ ଫଳରସରେ ପ୍ରସ୍ତୁତ ପଞ୍ଚାମୃତରେ ଅଭିଷେକ କରାଯାଇଥିଲା। ପୂଜାର୍ଚ୍ଚନା ପରେ କର୍ପୂର ଆଳତି ସମ୍ପନ୍ନ ହୋଇଥିଲା।

ରୂପା ଅଳଙ୍କାରରେ ମନୋରମ ଶୃଙ୍ଗାର

ଭସ୍ମ ଆଳତି ପୂର୍ବରୁ ଭଗବାନ ମହାକାଳଙ୍କୁ ରୂପାର ଚନ୍ଦ୍ର, ତ୍ରିଶୂଳ ଓ ମୁକୁଟ ଧାରଣ କରାଯାଇଥିଲା। ଏଥିସହ ଶେଷନାଗଙ୍କ ରୂପା ମୁକୁଟ, ରୂପା ମୁଣ୍ଡମାଳ ଓ ରୁଦ୍ରାକ୍ଷ ମାଳାରେ ବାବାଙ୍କୁ ସୁସଜ୍ଜିତ କରାଯାଇଥିଲା। ଭଗବାନଙ୍କୁ ଭାଙ୍ଗ, ଚନ୍ଦନ, ଶୁଖିଲା ଫଳ ଓ ସୁଗନ୍ଧିତ ପୁଷ୍ପ ଅର୍ପଣ କରାଯାଇଥିଲା। ଆକର୍ଷଣୀୟ ଅଳଙ୍କାର ଓ ପୁଷ୍ପମାଳାରେ ସଜ୍ଜିତ ବାବା ମହାକାଳଙ୍କ ଦିବ୍ୟ ସ୍ୱରୂପ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ପୂଜାର୍ଚ୍ଚନା ପରେ ଭଗବାନଙ୍କୁ ଫଳ ଓ ମିଷ୍ଟାନ୍ନ ଭୋଗ ଅର୍ପଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande