ଭାରତୀୟ ଜେଲ୍ରେ ତିନି ବର୍ଷର ସଜା କାଟିବା ପରେ ସ୍ୱଦେଶ ଫେରିଲେ ୧୦ ଜଣ ବାଂଲାଦେଶୀ ମହିଳା
ଢାକା, ୨୫ ଅକ୍ଟୋବର (ହି.ସ.)। ଭାରତର ଜେଲ୍ରେ ତିନି ବର୍ଷର ସଜା କାଟିବା ପରେ ୧୦ ଜଣ ବାଂଲାଦେଶୀ ମହିଳା ନିଜ ଦେଶକୁ ଫେରିଛନ୍ତି। ଭାରତ-ବାଂଲାଦେଶ ସୀମାରେ ଥିବା ବେନାପୋଲ ଅନ୍ତର୍ଜାତୀୟ ଚେକ୍ପୋଷ୍ଟ ଦେଇ ଗୁରୁବାର ରାତିରେ ଏହି ମହିଳାମାନଙ୍କୁ ବାଂଲାଦେଶୀ ଅଧିକାରୀଙ୍କ ହସ୍ତାନ୍ତର କରାଯାଇଥିଲା। ପ୍ରାୟ
सांकेतिक


ଢାକା, ୨୫ ଅକ୍ଟୋବର (ହି.ସ.)। ଭାରତର ଜେଲ୍ରେ ତିନି ବର୍ଷର ସଜା କାଟିବା ପରେ ୧୦ ଜଣ ବାଂଲାଦେଶୀ ମହିଳା ନିଜ ଦେଶକୁ ଫେରିଛନ୍ତି। ଭାରତ-ବାଂଲାଦେଶ ସୀମାରେ ଥିବା ବେନାପୋଲ ଅନ୍ତର୍ଜାତୀୟ ଚେକ୍ପୋଷ୍ଟ ଦେଇ ଗୁରୁବାର ରାତିରେ ଏହି ମହିଳାମାନଙ୍କୁ ବାଂଲାଦେଶୀ ଅଧିକାରୀଙ୍କ ହସ୍ତାନ୍ତର କରାଯାଇଥିଲା। ପ୍ରାୟ ଚାରି ବର୍ଷ ପୂର୍ବେ ଏହି ସମସ୍ତ ମହିଳା ମାନବ ଚାଲାଣକାରୀଙ୍କ ସହାୟତାରେ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ।

ବାଂଲାଦେଶର ଇଂରାଜୀ ଦୈନିକ ଖବରକାଗଜ 'ଦ ଡେଲି ଷ୍ଟାର' ବେନାପୋଲ ଇମିଗ୍ରେସନ ପୋଲିସର ଦାୟିତ୍ୱରେ ଥିବା ଅଧିକାରୀ ସୈଫୁର ରହମାନଙ୍କ ସୂଚନା ଅନୁଯାୟୀ ରିପୋର୍ଟ ପ୍ରକାଶ କରିଛି ଯେ, ଭାରତୀୟ ଇମିଗ୍ରେସନ ପୋଲିସ ରାତି ପ୍ରାୟ ୮ଟା ୩୦ ମିନିଟ୍ରେ ପଶ୍ଚିମବଙ୍ଗର ପେଟ୍ରାପୋଲଠାରେ ଏହି ମହିଳାମାନଙ୍କୁ ବାଂଲାଦେଶୀ ଅଧିକାରୀଙ୍କ ହାତରେ ହସ୍ତାନ୍ତର କରିଥିଲା। ଏହି ସମୟରେ ଭାରତର ସୀମା ସୁରକ୍ଷା ବଳ (ବିଏସ୍ଏଫ୍), ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ଏବଂ ଉଭୟ ଦେଶର ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ମହିଳାମାନେ ବାଂଲାଦେଶର ନରେଲ, ଯଶୋର ଏବଂ ଫରିଦପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳର ବାସିନ୍ଦା। ପ୍ରାୟ ଚାରି ବର୍ଷ ପୂର୍ବେ ମାନବ ଚାଲାଣକାରୀଙ୍କ ସହାୟତାରେ ସେମାନେ ସାତଖିରା ସୀମା ଦେଇ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ।

ଭାରତ ଆସିବା ପରେ ସମସ୍ତ ମହିଳା ମହାରାଷ୍ଟ୍ରର ପୁଣେ ସହରକୁ ଯାଇଥିଲେ। ସେଠାରେ ସେମାନେ ବିଭିନ୍ନ ଘରେ ଘରୋଇ ସହାୟିକା ଭାବେ କାମ କରିବା ଆରମ୍ଭ କରିଥିଲେ। ତେବେ ଭାରତରେ ବେଆଇନ ଭାବେ ରହୁଥିବା ଅଭିଯୋଗରେ ଭାରତୀୟ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ଗିରଫ ପରେ ଭାରତରେ ବେଆଇନ ଭାବେ ପ୍ରବେଶ କରିବା ମାମଲାରେ ଅଦାଲତ ସେମାନଙ୍କୁ ତିନି ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ସେମାନଙ୍କୁ ପୁଣେର ଏକ କେନ୍ଦ୍ରୀୟ କାରାଗାରରେ ରଖାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande