ଜାତୀୟ ବିଜ୍ଞାନ ସେମିନାର-୨୦୨୬ରେ ଓଡ଼ିଶାର ସୌମ୍ୟଶ୍ରୀ ଥାନାପତି ହେଲେ ବିଜୟିନୀ
ନୂଆଦିଲ୍ଲୀ, ୨୮ ଅକ୍ଟୋବର (ହି.ସ.)। ଓଡ଼ିଶାର ଝାରମୁଣ୍ଡାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ଥାନାପତି ଦିଲ୍ଲୀରେ ଆୟୋଜିତ ଦୁଇଦିନିଆ ଜାତୀୟ ବିଜ୍ଞାନ ସେମିନାର-୨୦୨୬ର ଚାମ୍ପିୟନ ହୋଇଛନ୍ତି। ଦିଲ୍ଲୀସ୍ଥିତ ଜାତୀୟ ବିଜ୍ଞାନ କେନ୍ଦ୍ରରେ ଆୟୋଜିତ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଦ
ओडिशा की सौम्यश्री थानापति


दिल्ली स्थित राष्ट्रीय विज्ञान केंद्र में आयोजित नेशनल साइंस सेमिनार 2026 में अतिथि और छात्रा सौम्यश्री थानापति


ନୂଆଦିଲ୍ଲୀ, ୨୮ ଅକ୍ଟୋବର (ହି.ସ.)। ଓଡ଼ିଶାର ଝାରମୁଣ୍ଡାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ସୌମ୍ୟଶ୍ରୀ ଥାନାପତି ଦିଲ୍ଲୀରେ ଆୟୋଜିତ ଦୁଇଦିନିଆ ଜାତୀୟ ବିଜ୍ଞାନ ସେମିନାର-୨୦୨୬ର ଚାମ୍ପିୟନ ହୋଇଛନ୍ତି। ଦିଲ୍ଲୀସ୍ଥିତ ଜାତୀୟ ବିଜ୍ଞାନ କେନ୍ଦ୍ରରେ ଆୟୋଜିତ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଦେଶର ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବିଜୟିନୀ ସୌମ୍ୟଶ୍ରୀଙ୍କୁ ଟ୍ରଫି, ପ୍ରମାଣପତ୍ର ଏବଂ ୪୮ ହଜାର ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି।

ଆୟୋଜନର ପ୍ରଥମ ଦିନ ଶୁକ୍ରବାର ଚଳିତ ବର୍ଷର ସେମିନାରର ବିଷୟବସ୍ତୁ ଥିଲା 'ଭାରତର ଶକ୍ତି ଭଣ୍ଡାର ୨୦୪୭: ସମ୍ଭାବନା ଓ ଆହ୍ୱାନ'। ଏଥିରେ ଛାତ୍ରଛାତ୍ରୀମାନେ ଭାରତର ଭବିଷ୍ୟତର ଶକ୍ତି ଆବଶ୍ୟକତା, ଶକ୍ତିର ବିକଳ୍ପ ଉତ୍ସ, ବୈଷୟିକ ନବସୃଜନ ଏବଂ ସ୍ଥାୟୀ ଶକ୍ତି ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ।

୧୯୮୨ ମସିହାରୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ନ୍ୟାସନାଲ କାଉନସିଲ୍ ଅଫ୍ ସାଇନ୍ସ ମ୍ୟୁଜିୟମ୍ସ (ଏନ୍ସିଏସ୍ଏମ୍) ପକ୍ଷରୁ ପ୍ରତିବର୍ଷ ଏହି ଜାତୀୟ ବିଜ୍ଞାନ ସେମିନାର ଆୟୋଜନ କରାଯାଉଛି। ବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିକୋଣ, ସମାଲୋଚନାତ୍ମକ ଚିନ୍ତନ ଏବଂ ପ୍ରଭାବଶାଳୀ ଯୋଗାଯୋଗ ଦକ୍ଷତାର ବିକାଶ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଏହି ପ୍ରତିଯୋଗିତାରେ ସୌମ୍ୟଶ୍ରୀ ଥାନାପତି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଅନ୍ୟ ୯ ଜଣ ଛାତ୍ରଛାତ୍ରୀଙ୍କୁ ଉପବିଜେତା ଘୋଷଣା କରାଯାଇଛି। ସମସ୍ତ ଉପବିଜେତାଙ୍କୁ ଟ୍ରଫି, ପ୍ରମାଣପତ୍ର ଏବଂ ୨୪ ହଜାର ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଏହିପରି ଭାବେ ପ୍ରତିଯୋଗିତାରେ ମୋଟ ୨ ଲକ୍ଷ ୬୪ ହଜାର ଟଙ୍କାର ଛାତ୍ରବୃତ୍ତି ବଣ୍ଟନ କରାଯାଇଛି।

ଏହା ବ୍ୟତୀତ ଦାଦ୍ରା ଓ ନଗର ହାଭେଲି ଏବଂ ଦମନ ଓ ଦୀଉର ଦିବ୍ୟାଂଶୀ ପରିଡ଼ା, ମହାରାଷ୍ଟ୍ରର ଶର୍ବରୀ ଶ୍ରୀଧର ବୈତ, ବିହାରର ସମୀର କୁମାର, ପଶ୍ଚିମବଙ୍ଗର ଋଷନ ଗୁପ୍ତା, ତ୍ରିପୁରାର ଶ୍ରାବସ୍ତୀ ଭଟ୍ଟାଚାର୍ଯ୍ୟ, ଚଣ୍ଡୀଗଡ଼ର ନବସିରତ କୌର, ଗୁଜରାଟର ସ୍ୱରା ପରେଶ ପଟେଲ, ଅରୁଣାଚଳ ପ୍ରଦେଶର ରୁବୁ ଡାନିଏଲ୍ ଏବଂ ହରିୟାଣାର ଅକ୍ଷତ କୁମାର ମିଶ୍ର ଉପବିଜେତା ହୋଇଛନ୍ତି।

ବିଜେତା ଓ ଉପବିଜେତାଙ୍କ ଚୟନ ବିଭିନ୍ନ ଶିକ୍ଷା ଏବଂ ବୈଜ୍ଞାନିକ ଅନୁଷ୍ଠାନ ସହ ଜଡ଼ିତ ବିଶେଷଜ୍ଞଙ୍କ ଏକ ପ୍ୟାନେଲ୍ ଦ୍ୱାରା କରାଯାଇଥିଲା। ଏହି ପ୍ୟାନେଲ୍ରେ ଡ. ସୁମନ୍ତ ବୋରଠାକୁର, ଡ. ସୁଷମା ଏମ୍. ଗିରିପୁଞ୍ଜେ, ଡ. ମାନସ ପ୍ରତିମ ଦାସ, ପ୍ରଫେସର ପ୍ରମୋଦ କୁମାର ଏବଂ ପ୍ରଫେସର ଅନିଲ କୁମାର ସାମିଲ ଥିଲେ। ଛାତ୍ରଛାତ୍ରୀଙ୍କ ବିଷୟଗତ ଜ୍ଞାନ, ଉପସ୍ଥାପନା ଶୈଳୀ, ବୈଜ୍ଞାନିକ ବୁଝାମଣା ଏବଂ ଚିନ୍ତାଧାରାକୁ ଆଧାର କରି ପ୍ୟାନେଲ୍ର ସଦସ୍ୟମାନେ ମୂଲ୍ୟାଙ୍କନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande