
ଭୁବନେଶ୍ୱର, ୦୪ ଅକ୍ଟୋବର (ହି.ସ.)ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ
ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କ ଦଳ ନିର୍ବାଚନ ପାଇଁ ସବୁବେଳେ ପ୍ରସ୍ତୁତ ରହିଛି।
ବିଜେଡି ସବୁବେଳେ ତୃଣମୂଳ ସ୍ତରରେ ରହି ଲୋକଙ୍କ ସେବା କରୁଥିବାରୁ ନିର୍ବାଚନ ନେଇ ଦଳର କୌଣସି
ଚିନ୍ତା ନାହିଁ ବୋଲି ସେ କହିଛନ୍ତି।
ଗୌତମବୁଦ୍ଧ ଦାସ
କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ଆସିଲେ ରାଜନୈତିକ ସ୍ଥିତି ସ୍ପଷ୍ଟ ହୋଇଯିବ। ଏହାସହିତ
ବିଜେପିର ଏକ ଦଳୀୟ ବୈଠକରେ ଦଳର ପ୍ରଭାରୀ ନିଜେ ବିଜେପି ସହଜ ସ୍ଥିତିରେ ନଥିବା କହିଥିବା ସେ
ଦାବି କରିଛନ୍ତି।
ଏହି କାରଣରୁ
ବିଜେପି ନିଜେ ଆତଙ୍କିତ ଥିବା ବିଜେଡି ବିଧାୟକ ଦାବି କରିଛନ୍ତି। ଜେନ୍ ଜି କାହା ସପକ୍ଷରେ
ଅଛନ୍ତି, ତାହା ବିଜେପିକୁ ବୁଝାଇବାର ଆବଶ୍ୟକତା ନାହିଁ। ଜେନ୍ ଜିଙ୍କୁ ମନାଇବା
ପାଇଁ ବିଜେପିର ଚେଷ୍ଟା ସଫଳ ହେବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ