
ଭୁବନେଶ୍ୱର, 04 ଅକ୍ଟୋବର (ହି.ସ.)- ଗୁଜରାଟରେ
ଆୟୋଜିତ ଚିନ୍ତନ ଶିବିରରେ ଯୋଗଦେବାର ଅବ୍ୟବହିତ ପୂର୍ବରୁ ଗାନ୍ଧୀନଗର ସ୍ଥିତ ଦାଣ୍ଡି କୁଟୀର
ପରିଦର୍ଶନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ଏହି ଅବସରରେ ସେ କହିଛନ୍ତି
ଯେ, ଦାଣ୍ଡି କୁଟୀର ଗାନ୍ଧୀଜୀଙ୍କ ଜୀବନ, ସଂଘର୍ଷ, ସତ୍ୟାଗ୍ରହ ଓ ଅହିଂସାର ମହାନ ଦର୍ଶନକୁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଓ ଶ୍ରବଣ-ଦୃଶ୍ୟ
ମାଧ୍ୟମରେ ଜୀବନ୍ତ ଭାବେ ପ୍ରତିପାଦିତ କରୁଥିବା ଏକ ଅନନ୍ୟ ସଂଗ୍ରହାଳୟ।ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା, ସମାନତା ଓ ସ୍ୱରାଜର ମହାନ ଆଦର୍ଶ ଏଠାରେ ଅତୀତକୁ ବର୍ତ୍ତମାନ ସହ ଯୋଡ଼ି ପ୍ରତ୍ୟେକ
ଦର୍ଶକଙ୍କ ମନରେ ନୂଆ ଚେତନା, ପ୍ରେରଣା
ଓ ଦେଶସେବାର ଭାବନା ଜାଗ୍ରତ କରିଥାଏ।
ଏହି ଅବସରରେ ପୂର୍ତ୍ତ
ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, ଇଆଇସି (ସିଭିଲ୍) ଇଂ. ସତ୍ୟବ୍ରତ ବେହେରା,ମୁଖ୍ୟ ଯନ୍ତ୍ରୀ, କ୍ୟାପିଟାଲ୍ ପ୍ରୋଜେକ୍ଟ, ଅହମଦାବାଦ ଇଂ. ପତଞ୍ଜଳି ମିଶ୍ର,ମୁଖ୍ୟ ଯନ୍ତ୍ରୀ (ଜାତୀୟ ରାଜପଥ–୧) ଇଂ. ନାରାୟଣ ପଟେଲ, ମୁଖ୍ୟ ଯନ୍ତ୍ରୀ (ରୋଡସ୍–୧ ଓ ୨) ଇଂ. ଶିବବ୍ରତ ତରିଆ ଏବଂ ଓବିସିସିର
ମୁଖ୍ୟ ଯନ୍ତ୍ରୀ ଇଂ. ରାମଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା