
ଭୁବନେଶ୍ୱର, ୦୪ ଅକ୍ଟୋବର (ହି.ସ.) ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ତାଙ୍କ ପ୍ରଥମ ଓଡ଼ିଶା ଗସ୍ତ ସମୟରେ ଦଳର ଶୀର୍ଷ ନେତୃତ୍ୱ, ମନ୍ତ୍ରୀ ଓ ସଂଗଠନର କର୍ମକର୍ତ୍ତାଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।
ଗସ୍ତ ସମୟରେ ପ୍ରଭାରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଛନ୍ତି। ଦଳର ସାଂଗଠନିକ ସ୍ଥିତି, ନେତା ଓ କର୍ମୀଙ୍କ ମନୋଭାବ ସମେତ ଆଗାମୀ ଦିନରେ ବିଜେପିକୁ ଅଧିକ ସୁଦୃଢ଼ କରିବା ନେଇ ବୈଠକରେ ଆଲୋଚନା ହୋଇଛି।
ବିଶେଷକରି ପଞ୍ଚାୟତ ନିର୍ବାଚନରେ ଦଳକୁ ସଫଳତା ଦେବା ପାଇଁ ରଣନୀତି ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି। ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ମଜଭୁତ କରିବା ସହ ଆଗାମୀ ଦିନରେ ଦଳ କିପରି ଆଗକୁ ବଢ଼ିବ, ସେ ନେଇ ମଧ୍ୟ ଆଲୋଚନା ହୋଇଛି।
ଡି. ପୁରନ୍ଦେଶ୍ୱରୀ କହିଛନ୍ତି ଯେ ବିଜେପିକୁ ଆହୁରି ମଜଭୁତ କରିବା ହିଁ ତାଙ୍କର ପ୍ରମୁଖ ଲକ୍ଷ୍ୟ। ଏଥିସହ ଆଗାମୀ ଦିନରେ ଦଳକୁ ଅଧିକ ସଂଗଠିତ ଓ ସୁଦୃଢ଼ କରିବା ଉପରେ ବିଶେଷ ଫୋକସ୍ ରହିବ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ