ଦୁର୍ଦ୍ଦାନ୍ତ ଅପରାଧୀ ଟୁନା ନାୟକକୁ ହତ୍ୟା
ଗଞ୍ଜାମ, ୪ ଅକ୍ଟୋବର (ହି.ସ.)- ଗତକାଲି ବିଳମ୍ବିତ ରାତିରେ ନିମଖଣ୍ଡି ଥାନା ଦୁର୍ଦ୍ଦାନ୍ତ ଅପରାଧୀ ଟୁନା ନାୟକକୁ ତା’ର ସାଙ୍ଗ ବିଟୁ ଗତକାଲି ବିଳମ୍ବିତ ରାତିରେ ତଂଟି କାଟି ହତ୍ୟା କରିଛି । ଦୁହେଁ ମଦ ପିଇ ବଚସା କରିବା ପରେ ବିଟୁ ଏକ ଧାରୁଆ ଛୁରୀ ସାହାଯ୍ୟରେ ଟୁନାର ତଂଟି କାଟି ହତ୍ୟା କରିଛି । ନିମ
ଦୁର୍ଦ୍ଦାନ୍ତ ଅପରାଧୀ ଟୁନା ନାୟକକୁ ହତ୍ୟା


ଗଞ୍ଜାମ, ୪ ଅକ୍ଟୋବର (ହି.ସ.)- ଗତକାଲି ବିଳମ୍ବିତ ରାତିରେ ନିମଖଣ୍ଡି ଥାନା ଦୁର୍ଦ୍ଦାନ୍ତ ଅପରାଧୀ ଟୁନା ନାୟକକୁ ତା’ର ସାଙ୍ଗ ବିଟୁ ଗତକାଲି ବିଳମ୍ବିତ ରାତିରେ ତଂଟି କାଟି ହତ୍ୟା କରିଛି । ଦୁହେଁ ମଦ ପିଇ ବଚସା କରିବା ପରେ ବିଟୁ ଏକ ଧାରୁଆ ଛୁରୀ ସାହାଯ୍ୟରେ ଟୁନାର ତଂଟି କାଟି ହତ୍ୟା କରିଛି । ନିମଖଣ୍ଡି ପୋଲିସ ଘଟଣାର ତଦନ୍ତ କରୁଛି ଏବଂ ଟୁନାର ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି । ଘଟଣାରେ ପୋଲିସ ବିଟୁକୁ ଗିରଫ କରି ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ପଚରା ଉଚରା ଚଳାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande