
ଗଞ୍ଜାମ, ୪ ଅକ୍ଟୋବର (ହି.ସ.)- ଗଣେଶ ପୂଜା ଭସାଣି ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। କେସ ୫୭୨/୨୬ ଓ ୫୭୩/୨୬ - ତା ୦୧.୧୦.୨୬ ରାତି ୧.୩୦ରେ ମୋନାର୍କ ଛକ ନିକଟରେ ପାଣି କ୍ୟାନ ଗାଡି ନମ୍ବର ଓଡି୦୭ଏକ୍ୟୁ୩୮୯୨ ଖରାପ ହେବାରୁ ବଚସା, ମାରଣାସ୍ତ୍ରରେ ଆକ୍ରମଣ, ଦୁଇ ପକ୍ଷରୁ ଗୋପାଳଥାନାରେ ଲିଖିତ ଅଭିଯୋଗ ପରେ କେସ ନମ୍ବର ୫୭୨ରେ ମାମଲା ରୁଜୁ କରାଯାଇ ଅଖୟ ଦାସ (୨୦), ରାକେଶ ନାୟକ (୨୬), ହେମନ୍ତ ଗୌଡ (୨୩) - ବାଲାଜୀ ନଗରଙ୍କୁ ଗିରଫକରି ସେମାନଙ୍କ ଠାରୁ ଷ୍ଟିଲ ରଡ, ବାଉଁଶ ବାଡି, ସ୍କୁଟି ନମ୍ବର ଓଡି-୦୭-ଏକେ-୮୩୧୨ ଜବତ ହୋଇଛି। କେସ ୫୭୩ (କ୍ରସ କେସ) ରେ ଗିରଫ ହୋଇଛନ୍ତି ଡି ମନୋଜ ପାତ୍ର (୨୬), ଶିବ ପ୍ରସାଦ ନାୟକ (୨୬), ରବୀନ୍ଦ୍ର ନାୟକ (୩୯)। ସେମାନଙ୍କ ଠାରୁ ଲୁହା ରଡ ଜବତ ହୋଇଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ