
ଗଞ୍ଜାମ, ୪ ଅକ୍ଟୋବର (ହି.ସ.)- ବେଆଇନ ପଥର ବ୍ଲାଷ୍ଟିଂକୁ ନେଇ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଆଙ୍କୋରୋଡା ଗ୍ରାମରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବ୍ଲାଷ୍ଟିଂ ଯୋଗୁଁ କିଛି ଲୋକଙ୍କ ଘରର କାନ୍ଥରେ ଫାଟ ସୃଷ୍ଟି ହେବା ସହ ଟିଭି ଫାଟିଯାଇଥିବା ଅଭିଯୋଗ ହୋଇଛି । ଏହାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ଗତକାଲି ରାତିରେ ଦିଗପହଣ୍ଡି ଥାନା ଘେରାଉ କରିଛନ୍ତି ଗ୍ରାମବାସୀ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ