
ଭୁବନେଶ୍ୱର, 04 ଅକ୍ଟୋବର (ହି.ସ.)ବିଶିଷ୍ଟ ରାଜନୀତିଜ୍ଞ, ସାରସ୍ୱତ ସାଧକ ତଥା ସମାଜସେବୀ ସ୍ୱର୍ଗତ ସତ୍ୟାନନ୍ଦ ଚମ୍ପତିରାୟଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଭୁବନେଶ୍ୱରସ୍ଥିତ ରେଡକ୍ରସ ଭବନରେ ଅନୁଷ୍ଠିତ ହୋଇଛି। ଏହି ସ୍ୱତନ୍ତ୍ର ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ସ୍ୱର୍ଗତ ଚମ୍ପତିରାୟଙ୍କ ଅମର ସ୍ମୃତି ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ସ୍ୱର୍ଗତ ଚମ୍ପତିରାୟଙ୍କ ଆଦର୍ଶ ଜୀବନ, ସାହିତ୍ୟିକ ପ୍ରତିଭା ଓ ସମାଜ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସାହିତ୍ୟ, ରାଜନୀତି ଓ ନିଷ୍କାମ ଜନସେବା କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ମରଣ କରାଯାଇଥିଲା।
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ସତ୍ୟାନନ୍ଦ ଚମ୍ପତିରାୟଙ୍କ ତ୍ୟାଗ, ସାଧନା, ନିଷ୍ଠା ଏବଂ ସନାତନ ସଂସ୍କୃତି ପ୍ରତି ଉତ୍ସର୍ଗୀକୃତ ଭାବନା ଆଗାମୀ ପିଢ଼ିକୁ ସର୍ବଦା ପ୍ରେରଣା ଓ ମାର୍ଗଦର୍ଶନ ଦେଇଚାଲିବ। ତାଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ ଜୀବନରେ ଅନୁସରଣ କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ସେ ଉଲ୍ଲେଖ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ