ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୁବ ଭୋଟରଙ୍କୁ ପଞ୍ଜୀକରଣ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ
ଖୋର୍ଦ୍ଧା, ୪ ଅକ୍ଟୋବର (ହି.ସ.)- ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ଯେଉଁ ଉଁ ସବୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସମାପ୍ତ ହୋଇଛି, ସେଠାରେ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟର ଏବଂ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ସାମିଲ ହେଉଥିବା ଯୁବ ଭୋଟରଙ୍କୁ ପଞ୍ଜୀକରଣ ପ
ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଯୁବ ଭୋଟରଙ୍କୁ ପଞ୍ଜୀକରଣ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ


ଖୋର୍ଦ୍ଧା, ୪ ଅକ୍ଟୋବର (ହି.ସ.)- ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ଯେଉଁ ଉଁ ସବୁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସମାପ୍ତ ହୋଇଛି, ସେଠାରେ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟର ଏବଂ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ସାମିଲ ହେଉଥିବା ଯୁବ ଭୋଟରଙ୍କୁ ପଞ୍ଜୀକରଣ ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିଛି। ଏହି କ୍ରମେ ଓଡ଼ିଶାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଯାନ ଆରମ୍ଭ ହୋଇଛି। ଏଥିପାଇଁ ଯୋଗ୍ୟ ନାଗରିକମାନେ ପୂର୍ବଭଳି ଫର୍ମ-୬ ମାଧ୍ୟମରେ ଆବେଦନ କରିପାରିବେ। ଏସଆଇଆର ସମୟରେ ଯଦି କୌଣସି ଯୋଗ୍ୟ ନାଗରିକଙ୍କ ନାମ କୌଣସି କାରଣରୁ ଭୋଟର ତାଲିକାରୁ ବାଦ୍ ପଡ଼ିଥାଏ, ତେବେ ପୁନର୍ବାର ନାମ ସାମିଲ କରାଇବା ପାଇଁ ଫର୍ମ-୬ ଦାଖଲ କରିବା ସମୟରେ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ତଥ୍ୟ ଦେବା ଆବଶ୍ୟକ ହେବ ନାହିଁ।

ସେହିପରି, ଆବେଦନକାରୀଙ୍କ ପିତାମାତା କିମ୍ବା ଜେଜେବାପା/ଜେଜେମାଆଙ୍କ ନାମ ୨୦୦୨ ମସିହାର ଭୋଟର ତାଲିକାରେ ଥିଲା କି ନାହିଁ, ସେ ସମ୍ପର୍କିତ ତଥ୍ୟ ମଧ୍ୟ ଦାଖଲ କରିବାକୁ ପଡ଼ିବ ନାହିଁ। ଏ ସମ୍ପର୍କିତ ଅତିରିକ୍ତ ଘୋଷଣାନାମାକୁ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଫର୍ମ-୬ରୁ ହଟାଇ ଦେଇଛନ୍ତି । ଏହା ଫଳରେ ଏସଆଇଆର-୨୦୨୬ ପରେ ଭୋଟର ତାଲିକାରେ ନାମ ସାମିଲ କରାଇବାକୁ ଇଚ୍ଛୁକ ଯୋଗ୍ୟ ନାଗରିକମାନେ ୨୦୦୨ ମସିହାର ଭୋଟର ତାଲିକା ସମ୍ବନ୍ଧୀୟ ଅତିରିକ୍ତ ତଥ୍ୟ କିମ୍ବା ଘୋଷଣାନାମା ବିନା ସାଧାରଣ ପ୍ରକ୍ରିୟାରେ ଫର୍ମ-୬ ଦାଖଲ କରିପାରିବେ। ତେବେ କେବଳ ଫର୍ମ -୭ ଦାଖଲ କରିବା ଦ୍ବାରା ଆବେଦନକାରୀଙ୍କ ନାମ ସ୍ୱତଃସ୍ଫୁର୍ଭ ଭାବେ ଭୋଟର ତାଲିକାରେ ସାମିଲ ହେବ ନାହିଁ। ନାମ ସାମିଲ ପୂର୍ବରୁ ଆବେଦନକାରୀଙ୍କ ଯୋଗ୍ୟତା ଏବଂ ଆବେଦନରେ ଦିଆଯାଇଥିବା ତଥ୍ୟର ନିର୍ଦ୍ଧାରିତ ଯାଞ୍ଚ ପ୍ରକ୍ରିୟା ପୂର୍ବଭଳି ଜାରି ରହିବ । ସମ୍ପୃକ୍ତ ନିର୍ବାଚନ କର୍ତ୍ତୃପକ୍ଷ ଆବେଦନରେ ଦିଆଯାଇଥିବା ତଥ୍ୟ ଏବଂ ଆବଶ୍ୟକୀୟ ଦସ୍ତାବିଜ ଯାଞ୍ଚ କରିବା ପରେ ଆଇନ ଓ ନିର୍ଦ୍ଧାରିତ ନିୟମ ଅନୁଯାୟୀ ନାମ ଅନ୍ତର୍ଭୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବେ । ଯାଞ୍ଚ ପ୍ରକ୍ରିୟା ସମ୍ପୂର୍ଣ ନକରି କୌଣସି ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯିବ ନାହିଁ। ଏଥିସହିତ ଫର୍ମ-୬ ମାଧ୍ୟମରେ ନାମ ସାମିଲ କରିବାର ସାଧାରଣ ବ୍ୟବସ୍ଥା ଅବ୍ୟାହତ ରହିଛି । ତେଣୁ, ଯେଉଁ ଯୋଗ୍ୟ ନାଗରିକଙ୍କ ନାମ ବର୍ତମାନର ଭୋଟର ତାଲିକାରେ ନାହିଁ, ସେମାନେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସରଣ କରି ଫର୍ମ-୬ ଦାଖଲ କରି ଭୋଟର ଭାବେ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ ।

ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ କରିବା ଏବଂ ଏହାର ଶୁଦ୍ଧତା, ସ୍ବଚ୍ଛତା ବଜାୟ ରଖିବା ସହିତ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ଭାବେ ପଞ୍ଜୀକରଣର ସୁଯୋଗ ଦେବା ଉଦ୍ଦେଶ୍ୟରେ ପ୍ରାପ୍ତ ସମସ୍ତ ଆ ଆବେଦନର ନିର୍ଦ୍ଧାରିତ ନିୟମ ଅନୁଯାୟୀ ଯାଞ୍ଚ କରାଯିବ। ଖୋର୍ଦ୍ଧା ଜିଲ୍ଲାର ବୁଥ୍ ଲେଭେଲ୍ ଅଧିକାରୀ (ବିଏଲ୍ଓ) ମାନେ ନେ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟର ଏବଂ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ପଞ୍ଜୀକୃତ ହେବାକୁ ଥିବା ଯୁବବର୍ଗଙ୍କ ପାଖରେ ପହଞ୍ଚି ଯାଞ୍ଚ ଆରମ୍ଭ କରିବେ । ବିଶେଷ କରି ଏସ୍ଆଇଆର୍ ପ୍ରକ୍ରିୟା ଚାଲିଥିବା ସମୟରେ ଅନେକ ଭୋଟରଙ୍କ ଅନୁପସ୍ଥିତି, ସ୍ଥାନାନ୍ତରଣ, ମୃତ୍ୟୁ ଏବଂ ନକଲି ଭୋଟର ପରିଚୟପତ୍ର ଥିବା ବ୍ୟକ୍ତିବିଶେଷ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ଏହି ଭୋଟରଙ୍କ ତଥା ତାଙ୍କ ପରିବାରଙ୍କ ପାଖରେ ବିଏଲ୍ଓମାନେ ପୁଣି ପହଞ୍ଚିବେ । ସେମାନଙ୍କ କାଗଜପତ୍ର ସାନି ଯାଞ୍ଚ କରିବା ସହ ଆବଶ୍ୟକ ସ୍ଥଳେ ଭୋଟର ତାଲିକାରେ ସାମିଲ କରିବାରେ ସାହାଯ୍ୟ କରିବେ । ଅନ୍ୟପଟେ ୨୦୨୬ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷରେ ପଦାର୍ପଣ କରୁଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଫର୍ମ-୬ରେ ଭୋଟର ତାଲିକାରେ ସାମିଲ କରାଯିବ । ପ୍ରାକ୍ ଏସ୍ଆଇଆର୍ ପ୍ରକ୍ରିୟାର ଭୋଟର ତାଲିକା ଏବଂ ଚୂଡ଼ାନ୍ତ ଭୋଟର ତାଲିକା ତୁଳନା କରାଯାଇ ୩୧/୧୦/୨୦୨୬ ଭିତରେ ନୂତନ ତଥା ବାଦ୍ ପଡିଥିବା ଭୋଟରଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ । ବୁଥ୍ ଲେଭେଲ୍ ଅଧିକାରୀ (ବିଏଲ୍ଓ) ମାନେ ଏହି ତାଲିକାର ସବିଶେଷ ତଥ୍ୟ ବିଷୟରେ ତା ୨/୧୧/୨୦୨୬ ରିଖରେ ବୁଥ୍ ଲେଭେଲ୍ ଏଜେଣ୍ଟ ମାନଙ୍କୁ ତଥା ଭୋଟର ପଞ୍ଜୀକରଣ ଅଧିକାରୀ (ଇ ଆର ଓ ) ମାନେ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଜଣାଇବେ । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବ୍ୟକ୍ତି ବିଶେଷ, ବୁଥ୍ ଲେଭେଲ୍ ଏଜେଣ୍ଟ ମାନଙ୍କୁ ତଥା ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଏହି ସ୍ବତନ୍ତ୍ର ଅଭିଯାନରେ ସହଯୋଗ କରିବା ନିମନ୍ତେ ଜିଲ୍ଲାପାଳ ଅନୁରୋଧ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande