ଆଠ ବର୍ଷ ପରେ ଓଡ଼ିଶାରେ ଛାତ୍ରସଂଘ ନିର୍ବାଚନ, ୧୫ ଅକ୍ଟୋବରରେ ହେବ ମତଦାନ
ଭୁବନେଶ୍ୱର, ୫ ଅକ୍ଟୋବର (ହି.ସ.)। ଓଡ଼ିଶାରେ ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ଛାତ୍ରସଂଘ ନିର୍ବାଚନ ପାଇଁ ବାଟ ଫିଟିଛି। ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆସନ୍ତା ୧୫ ଅକ୍ଟୋବରରେ ଛାତ୍ରସଂଘ ନିର୍ବାଚନ ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ବାଚନ
ନିର୍ବାଚନ


ଭୁବନେଶ୍ୱର, ୫

ଅକ୍ଟୋବର (ହି.ସ.)। ଓଡ଼ିଶାରେ ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ ଛାତ୍ରସଂଘ ନିର୍ବାଚନ ପାଇଁ ବାଟ

ଫିଟିଛି। ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆସନ୍ତା ୧୫ ଅକ୍ଟୋବରରେ ଛାତ୍ରସଂଘ

ନିର୍ବାଚନ ଅନୁଷ୍ଠିତ ହେବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ବାଚନ କାର୍ଯ୍ୟସୂଚୀ ସମ୍ପର୍କରେ

ବିଜ୍ଞପ୍ତି ଜାରି କରାଯାଇଛି।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ୯ ତାରିଖରେ ନାମାଙ୍କନ ସହ ସ୍କ୍ରୁଟିନି ଓ ପ୍ରାର୍ଥୀଙ୍କ ନାମ ଘୋଷଣା । ୧୦ ଅପରାହ୍ନ ୧ଟା ଭିତରେ ନାମାଙ୍କନ ପ୍ରତ୍ୟାହାର, ୩ଟାରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ୧୪ ତାରିଖରେ ଅନୁଷ୍ଠିତ ହେବ ‘ହ୍ବାଏ ଆଇ ଷ୍ଟାଣ୍ଡ୍ ଫର୍’ ମିଟିଂ । ୧୫ ତାରିଖରେ ମତଦାନ ଓ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ । ଦଶହରା ଛୁଟି ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପ୍ରସ୍ତୁତି ଚାଲିଛି। ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କୁ ୧୬ ଅକ୍ଟୋବରରେ ଶପଥ ପାଠ କରାଯିବ।

ନିର୍ବାଚନ ଘୋଷଣା ହେବା ପରେ

ରାଜ୍ୟର କଲେଜ ପରିସରଗୁଡ଼ିକରେ ରାଜନୈତିକ ଓ ଛାତ୍ର କାର୍ଯ୍ୟକଳାପ ଜୋରଦାର ହେବାର ସମ୍ଭାବନା

ରହିଛି। ବିଭିନ୍ନ ଛାତ୍ର ସଂଗଠନ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡ଼ିବେ ଏବଂ କ୍ୟାମ୍ପସ ସହ

ଜଡ଼ିତ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଚାର,

ବୈଠକ ଓ ଆଲୋଚନା ଆରମ୍ଭ ହେବ।

୨୦୧୭ ପରେ ପ୍ରଥମ ଥର

ନିର୍ବାଚନ

ଓଡ଼ିଶାରେ ଶେଷ ଥର ପାଇଁ

୨୦୧୭ ମସିହାରେ ଛାତ୍ରସଂଘ ନିର୍ବାଚନ ହୋଇଥିଲା। ଏହା ପରେ ବିଭିନ୍ନ କାରଣରୁ ରାଜ୍ୟର

କଲେଜଗୁଡ଼ିକରେ ଛାତ୍ରସଂଘ ନିର୍ବାଚନ ସ୍ଥଗିତ ରହିଥିଲା। ତତ୍କାଳୀନ ବିଜେଡି ସରକାର କ୍ୟାମ୍ପସ

ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ସହ ପରବର୍ତ୍ତୀ ସମୟରେ କୋଭିଡ୍-୧୯ ମହାମାରୀକୁ ମଧ୍ୟ ନିର୍ବାଚନ

ନକରାଇବାର କାରଣ ଭାବେ ଦର୍ଶାଇଥିଲା।

୨୦୨୪ ବିଧାନସଭା ନିର୍ବାଚନ

ସମୟରେ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିଲେ ଛାତ୍ରସଂଘ ନିର୍ବାଚନ ପୁନଃ ଆରମ୍ଭ କରିବାକୁ

ପ୍ରତିଶ୍ରୁତି ଦେଇଥିଲା। ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ବାଚନ କାର୍ଯ୍ୟସୂଚୀ ଜାରି ହେବା

ପରେ ଆଠ ବର୍ଷ ଧରି ଅପେକ୍ଷାରେ ଥିବା ଛାତ୍ରସଂଘ ନିର୍ବାଚନ ପୁନର୍ବାର ହେବାର ବାଟ ଫିଟିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande