ଛାତ୍ର ସଂସଦ ନିର୍ବାଚନ ନିଷ୍ପତି ପାଇଁ ମୁଖ୍ୟମନ୍ତ୍ରୀ , ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବିଜେପି
ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ.) - ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ନୋଟିଫିକେସନ ଜାରି କରାଯିବା ପରେ ରାଜ୍ୟର ଯୁବ ଓ ଛାତ୍ର
bjp


ଭୁବନେଶ୍ୱର, ୦୫ ଅକ୍ଟୋବର (ହି.ସ.) - ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ପୁଣି ଥରେ ଛାତ୍ରସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ନୋଟିଫିକେସନ ଜାରି କରାଯିବା ପରେ ରାଜ୍ୟର ଯୁବ ଓ ଛାତ୍ର ସମାଜ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ପ୍ରକାଶ ପାଇଛି । ଏହି ଐତିହାସିକ ନିଷ୍ପତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ବିଜେପି ହାର୍ଦ୍ଦିକ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଛି ।

ଗତ ଆଠ ବର୍ଷ ଧରି ଛାତ୍ରସଂସଦ ନିର୍ବାଚନ ବନ୍ଦ ରହିବା ଦ୍ୱାରା କ୍ୟାମ୍ପସଗୁଡ଼ିକରେ ନେତୃତ୍ୱ ବିକାଶର ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା । ଚଳିତ ବର୍ଷର ନିର୍ବାଚନ ଦ୍ୱାରା ଛାତ୍ରମାନଙ୍କର ଗଣତାନ୍ତ୍ରିକ ଚେତନା ଜାଗ୍ରତ ହେବ, କ୍ୟାମ୍ପସଗୁଡ଼ିକରେ ପାଠପଢ଼ା ସହ ସୁସ୍ଥ ଗଣତାନ୍ତ୍ରିକ ପରିବେଶ ଏବଂ ଛାତ୍ର ନେତୃତ୍ୱର ସୃଷ୍ଟି ହୋଇପାରିବ । ଦୀର୍ଘ ୮ ବର୍ଷ ପରେ ଓଡିଶାର ଛାତ୍ରଛ୍ରାୀମାନଙ୍କୁ ତାଙ୍କର ଗଣତାନ୍ତ୍ରିକ ଅଧିକାର ମିଳିଛି । କଥା ଦେଇ କଥା ରଖିବାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବିଗତ ଦିନରେ ବିଭିନ୍ନ ସାର୍ବଜନୀନ କାର୍ଯ୍ୟକ୍ରମରେ ଛାତ୍ରସଂସଦ ନିର୍ବାଚନ ପୁନଃ ପ୍ରତିଷ୍ଠା କରିବା ପାଇଁ ସେ ଦେଇଥିବା କଥାକୁ ଆଜି ସାକାର କରିଛନ୍ତି । ଓଡ଼ିଶାରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରୀକ ଅଧିକାରର ହେଲା ପୁନଃ ପ୍ରତିଷ୍ଠା ହେଲା ବୋଲି ରାଜ୍ୟ ସାଧାରଣ ସଂପାଦକ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।

ପୂର୍ବତନ ସରକାର ଛାତ୍ରମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ଛଡ଼ାଇ ନେଇଥିବା ବେଳେ ଏବେ ନିର୍ବାଚନ ଘୋଷଣା ହେବା ପରେ ବିରୋଧୀ ଦଳଗୁଡ଼ିକ ଭୟଭୀତ ହୋଇ ମିଥ୍ୟା ସ୍ପଷ୍ଟୀକରଣ ଦେଉଛନ୍ତି । ଲିଙ୍ଗଡୋ କମିଶନଙ୍କ ମାର୍ଗଦର୍ଶିକା ଏବଂ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ କ୍ୟାମ୍ପସର ଶୈକ୍ଷିକ ବାତାବରଣକୁ ବଜାୟ ରଖି ଅତ୍ୟନ୍ତ ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଭାବେ ଏହି ନିର୍ବାଚନ ସମ୍ପନ୍ନ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande