
ଭୁବନେଶ୍ୱର, 05 ଅକ୍ଟୋବର (ହି.ସ.): ସଦର କେନ୍ଦୁଝର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆୟୋଜିତ ବ୍ଲକସ୍ତରୀୟ ସେତୁ କ୍ୟାମ୍ପ–୨୦୨୬ କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଯୋଗଦେଇଛନ୍ତି।
ଏହି ଶିବିର ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କୁ ସରକାରୀ ସୁବିଧା, ବିଭିନ୍ନ ସେବା ଏବଂ ଜନକଲ୍ୟାଣମୂଳକ ଯୋଜନା ସହିତ ଯୋଡ଼ିବା ପାଇଁ ପ୍ରୟାସ କରାଯାଉଛି। ସରକାରୀ ସେବା ଓ ସୁବିଧାକୁ ଜନସାଧାରଣଙ୍କ ନିକଟରେ ସହଜରେ ପହଞ୍ଚାଇବା ସହ ଯୋଗ୍ୟ ହିତାଧିକାରୀଙ୍କୁ ସଶକ୍ତ କରିବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ।
ସାଂସଦ ନାୟକ ଏହି ଅବସରରେ ଶିବିରର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବା ସହ ଲୋକଙ୍କ ନିକଟରେ ସରକାରୀ ଯୋଜନାର ଲାଭ ଓ ସେବା ପହଞ୍ଚାଇବା ପାଇଁ ଏଭଳି ଅଭିଯାନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ