ଛାତ୍ର ସଂସଦ ନିର୍ବାଚନ ନିଷ୍ପତିକୁ ସ୍ୱାଗତ କଲା ବିଜେପି, ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ
ଭୁବନେଶ୍ୱର, 05 ଅକ୍ଟୋବର (ହି.ସ.)- ଛାତ୍ର ସଂସଦ ନିର୍ବାଚନ ନିଷ୍ପତିକୁ ସ୍ୱାଗତ କରିଛି ବିଜେପି । ଏହି ଅବସରରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । ସେ କହିଛନ୍ତି ଯେ, ଓଡିଶାରେ ଛାତ୍ରଛାତ୍ରୀ ସଂସଦ ନିର୍ବାଚନ କରିବା ପାଇଁ
ଅନିଲ ବିଶ୍ୱାଳ


ଭୁବନେଶ୍ୱର, 05 ଅକ୍ଟୋବର (ହି.ସ.)- ଛାତ୍ର ସଂସଦ

ନିର୍ବାଚନ ନିଷ୍ପତିକୁ ସ୍ୱାଗତ କରିଛି ବିଜେପି ।

ଏହି ଅବସରରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।

ସେ କହିଛନ୍ତି ଯେ, ଓଡିଶାରେ

ଛାତ୍ରଛାତ୍ରୀ ସଂସଦ ନିର୍ବାଚନ କରିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତି ଐତିହାସିକ l ଏହା

ଓଡିଶାର ସମଗ୍ର ଛାତ୍ରଛାତ୍ରୀମାନଙ୍କର ଗଣତାନ୍ତ୍ରିକ ଅଧିକାରର ବିଜୟ l ଏହି

ନିଷ୍ପତି ପାଇଁ ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ

ସୂରଜଙ୍କୁ ଅନେକ ଅନେକ ଧନ୍ୟବାଦ l ଓଡିଶାରେ ନୂତନ ନେତୃତ୍ୱ ସୃଷ୍ଟି କରିବା ପାଇଁ ଏହି ନିଷ୍ପତି ସହାୟକ

ହେବ l ଆଜିର

ଛାତ୍ରଛାତ୍ରୀମାନେ ହେଉଛନ୍ତି ଆସନ୍ତାକାଲିର ଭବିଷ୍ୟତ l କ୍ୟାମ୍ପସ ନିର୍ବାଚନ ଦେଶରେ

ନୂଆ ନେତୃତ୍ୱ ସୃଷ୍ଟି କରିବା, ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ କରିବା ଏବଂ ରାଷ୍ଟ୍ର ନିର୍ମାଣରେ

ଛାତ୍ରଛାତ୍ରୀମାନଙ୍କର ଭୂମିକାକୁ ଆହୁରି ସଶକ୍ତ କରିବ l

ବିଜେପି ମୁଖପାତ୍ର ଅନିଲ

ବିଶ୍ୱାଳ କହିଛନ୍ତି ଯେ, ଅନେକ ଦିନ ଧରି ବିଜୁ ଜନତା ଦଳର ପୂର୍ବ ସରକାର ଦ୍ୱାରା ଓଡିଶାରେ

ଛାତ୍ରଛାତ୍ରୀ ସଂସଦ ନିର୍ବାଚନ ବନ୍ଦ କରାଯାଇଥିଲା l

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଯିଏ ଗଣତନ୍ତ୍ରରେ ବିଶ୍ୱାସ

କରନ୍ତି ନାହିଁ ସେ ଲମ୍ବା ସମୟ ପାଇଁଛାତ୍ରଛାତ୍ରୀମାନଙ୍କର

ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରିଥିଲେ l

ଓଡ଼ିଶାରେ 5-ଟି ଭଳି ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଆରମ୍ଭ କରିଥିବା ବିଜୁ ଜନତା ଦଳ

ଚାହୁଁନଥିଲା ଯେ ଓଡିଶାରେ କଲେଜ କ୍ୟାମ୍ପସରୁ ମଧ୍ୟ ଯୁବ ନେତୃତ୍ୱ ନବାହାରନ୍ତୁ l ଏହା

ଓଡିଶାର ଯୁବ ବର୍ଗଙ୍କ ବିରୋଧରେ ଏକ ଗଭୀର ଷଡଯନ୍ତ୍ର l

ଆଜି ବିଜେଡିର ଯେଉଁ ମାନେ ଗଣମାଧ୍ୟମରେ ବେଶି ପାଟି କରୁଛନ୍ତି

ସେମାନେ ସ୍ପଷ୍ଟ କରିବା ଆବଶ୍ୟକ ଯେ ଯେତେବେଳେ କ୍ରମାଗତ ଭାବରେ ବର୍ଷ ପରେ ବର୍ଷ ଧରି ଛାତ୍ର

ସଂସଦ ନିର୍ବାଚନ ବନ୍ଦ ଥିଲା ସେତେବେଳେ କାହଁକି ସେମାନଙ୍କ ପାଟିରେ ତାଲା ପଡିଥିଲା?

ଛାତ୍ରଛାତ୍ରୀମାନଙ୍କୁ

ଅନୁରୋଧ ଏହି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ନିଜର ଗଣତାନ୍ତ୍ରିକ ଅଧିକାର ଏବଂ ଦାୟିତ୍ୱକୁ

ସୁନିଶ୍ଚିତ କରନ୍ତୁ l ନିର୍ବାଚନ ପ୍ରକ୍ରିୟାରେ ସକାରାତ୍ମକ ଆଲୋଚନା ଏବଂ ସୁସ୍ଥ ବାତାବରଣ

ସମସ୍ତଙ୍କ ପ୍ରାଥମିକତାରେ ରହୁ l କଲେଜ କ୍ୟାମ୍ପସ ନିର୍ବାଚନର ଅନୁଭୂତି ସମସ୍ତଙ୍କ ଜୀବନର ଏକ ଅଭୁଲା

ସ୍ମୃତି ହୋଇ ରହିଥାଏ l ନିର୍ବାଚନରେ ଅଂଶ ଗ୍ରହଣ କରିବା ପାଇଁ ଯାଉଥିବା ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ

ଆନ୍ତରିକ ଶୁଭେଚ୍ଛା l

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande