୩୫ ଲିଟର ବିଦେଶୀ ମଦ ଜବତ, ଜଣେ ଅଟକ
ମାଲକାନଗିରି, ୬ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡୁରୁଗୁଣ୍ଡା ବଜାର ନିକଟରେ ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ୩୫ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଏହି ଘଟଣାରେ ଏମପିଭି-୫୨ ର ଅପୂର୍ବ ମହଲଦାରଙ୍କୁ ଅଟକ ରଖାଯାଇଛି । ସେ ଉଣ୍ଡୁରୁଗୁଣ୍ଡା ଦୈନିକ ବଜାର ନିକଟରେ ଖ
୩୫ ଲିଟର ବିଦେଶୀ ମଦ ଜବତ, ଜଣେ ଅଟକ


ମାଲକାନଗିରି, ୬ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡୁରୁଗୁଣ୍ଡା ବଜାର ନିକଟରେ ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ୩୫ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଏହି ଘଟଣାରେ ଏମପିଭି-୫୨ ର ଅପୂର୍ବ ମହଲଦାରଙ୍କୁ ଅଟକ ରଖାଯାଇଛି । ସେ ଉଣ୍ଡୁରୁଗୁଣ୍ଡା ଦୈନିକ ବଜାର ନିକଟରେ ଖୋଲାମଖୋଲା ଭାବେ ବେଆଇନ ବିଦେଶୀ ମଦ ବିକ୍ରି କରୁଥିଲେ । ଦଶହରା ପର୍ବକୁ ଦୃଷ୍ଟିରେ ରଖି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଗଞ୍ଜେଇ, ବିଦେଶୀ ମଦ ଓ ସମସ୍ତ ପ୍ରକାର ବେଆଇନ ନିଶା କାରବାର ବିରୁଦ୍ଧରେ ବାରମ୍ବାର ଚଢ଼ଉ ଜାରି ରହିବ ବୋଲି କାଲିମେଳା ଥାନା ଅଧିକାରୀ ପ୍ରଭୁ ଦତ୍ତ ବିଶ୍ବାଳ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande