ଦୁଃସାହସିକ ମୋଟର ସାଇକେଲ ଯାତ୍ରା ପାଇଁ ଅଜୟ ଗୁରୁଙ୍କୁ ସମ୍ବର୍ଦ୍ଧନା
ଭୁବନ, ୬ ଅକ୍ଟୋବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନର ଉଦୀୟମାନ ଯୁବକ ଅଜୟ ଗୁରୁ ଦୁଃସାହସିକ ମୋଟର ସାଇକେଲ ଯାତ୍ରା କରି ଲଦାଖରୁ ଫେରିଛନ୍ତି । ଏହି ଅବସରରେ ଭୁବନ କାପୁଡିଆ ସମାଜ ( ୟୁଥ ଅର୍ଗାନାଇଜେସନ୍) ତରଫରୁ ତାଙ୍କୁ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍
ଅଜୟ ଗୁରୁ ଙ୍କୁ ସମ୍ବର୍ଦ୍ଧନା


ଭୁବନ, ୬ ଅକ୍ଟୋବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନର ଉଦୀୟମାନ ଯୁବକ ଅଜୟ ଗୁରୁ ଦୁଃସାହସିକ ମୋଟର ସାଇକେଲ ଯାତ୍ରା କରି ଲଦାଖରୁ ଫେରିଛନ୍ତି । ଏହି ଅବସରରେ ଭୁବନ କାପୁଡିଆ ସମାଜ ( ୟୁଥ ଅର୍ଗାନାଇଜେସନ୍) ତରଫରୁ ତାଙ୍କୁ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ସମ୍ବର୍ଦ୍ଧନା ସଭାରେ ଉମେଶ ଚନ୍ଦ୍ର ଦାସ, ଲକ୍ଷ୍ମଣ କୁମାର ଦାସ, ଦିଲ୍ଲୀପ କୁମାର ଦାସ, ଅମ୍ବୁଜ କୁମାର ସାହୁ, ନିରଞ୍ଜନ ଗୁରୁ, ନରେନ୍ଦ୍ର କୁମାର ବେହେରା, ସନ୍ତୋଷ ରାଉଳ, ଦେବାନନ୍ଦ ସାହୁ, ନାରାୟଣ ନାୟକ, ରାକେଶ କୁମାର ପୃଷ୍ଟି, ଲିଙ୍ଗରାଜ ସାହୁ, ପିଣ୍ଟୁ ଦାସ, ମିଥୁନ ପାତ୍ର, ରାମଚନ୍ଦ୍ର ନାୟକ, ଟିଟୁ ଦାସ, ଜଗନ୍ନାଥ ଗୁରୁ, ରାଜେନ୍ଦ୍ର ଗୁରୁ, ସୁଶାନ୍ତ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ। ଅଜୟ ଗୁରୁଙ୍କ ଏହି ଯାତ୍ରା ଭୁବନ ପାଇଁ ଗର୍ବ ଓ ଯୁବ ସମାଜ ପାଇଁ ଏକ ପ୍ରେରଣା ବୋଲି କୁହାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande