
ଗଞ୍ଜାମ, ୬ ଅକ୍ଟୋବର (ହି.ସ.)- ଆଜିର ଦିନରେ ଗତବର୍ଷ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ଯା କରାଯାଇଥିଲା। ଏହି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ଘଟଣାରେ ପୁଲିସ ଵ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜଡ଼ିତ କରିଛି। ସେ ଜେଲରେ ଥିବା ସମୟରେ ସାକ୍ଷୀମାନଙ୍କୁ ଧମକ ଦେଇଥିଵା ଥାନାରେ ଅଭିଯୋଗ ହୋଇଛି। ଆଜି ସେ ଗୋସାଣୀ ନୂଆଁ ଗାଁ ଥାନାରେ ହାଜର ହୋଇଛନ୍ତି। ପୁଲିସ ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଜେରା କରିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ