ପୀତବାସ ପଣ୍ଡା ହତ୍ୟା ମାମଲା : ଗୋଷାଣି ନୂଆଗାଁ ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା
ଗଞ୍ଜାମ, ୬ ଅକ୍ଟୋବର (ହି.ସ.)- ବ୍ରହ୍ମପୁରର ବହୁ ଚର୍ଚ୍ଚିତ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ମାମଲାରେ ପୋଲିସର ଖୋଳତାଡ଼ ଜାରି ରହିଛି । ଆଜି ଗୋଷାଣି ନୂଆଗାଁ ଥାନାରେ ହାଜର ହୋଇଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ସାକ୍ଷୀଙ୍କୁ ଜେଲ୍ ଭିତରୁ ଫୋନ୍ ରେ ଧମକ ଦେବା
ପୀତବାସ ପଣ୍ଡା ହତ୍ୟା ମାମଲା : ଗୋଷାଣି ନୂଆଗାଁ ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା


ଗଞ୍ଜାମ, ୬ ଅକ୍ଟୋବର (ହି.ସ.)- ବ୍ରହ୍ମପୁରର ବହୁ ଚର୍ଚ୍ଚିତ ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ମାମଲାରେ ପୋଲିସର ଖୋଳତାଡ଼ ଜାରି ରହିଛି । ଆଜି ଗୋଷାଣି ନୂଆଗାଁ ଥାନାରେ ହାଜର ହୋଇଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା । ସାକ୍ଷୀଙ୍କୁ ଜେଲ୍ ଭିତରୁ ଫୋନ୍ ରେ ଧମକ ଦେବା ଓ ପ୍ରଲୋଭିତ କରିବା ନେଇ ତାଙ୍କ ବିରୋଧରେ ରହିଛି ସଙ୍ଗିନ ଅଭିଯୋଗ ।

ସେ ଜେଲ୍ ରେ ଥିବା ସମୟରେ ଗତ ଅଗଷ୍ଟ ୨୮ ତାରିଖରେ ସାକ୍ଷୀ ଲଳିତ ମଙ୍ଗରାଜଙ୍କୁ ଫୋନ୍ ରେ ଧମକ ଦେଇଥିବା ଅଭିଯୋଗ ହୋଇଛି । ସେପ୍ଟେମ୍ବର ୧ ତାରିଖରେ ବିକ୍ରମ ପଣ୍ଡାଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିବା ପରେ ସେହିଦିନ ଥାନାରେ ଏତଲା ଦେଇଥିଲେ ଲଳିତ । ପୋଲିସ ଏନେଇ ବିକ୍ରମ ପଣ୍ଡାଙ୍କ ନାମରେ ମାମଲା ରୁଜ୍ଜୁ କରିଥିଲା । ପଚରାଉଚରା ପାଇଁ ତାଙ୍କୁ ନୋଟିସ୍ ହୋଇଥିଲା । ସେହି ନୋଟିସ୍ ଆଧାରରେ ଆଜି ସେ ଥାନାରେ ହାଜର ହୋଇଛନ୍ତି । ପୋଲିସ ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଜେରା କରିଛି ।

ଅନ୍ୟପକ୍ଷରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗୋଷାଣି ନୂଆଗାଁ ଥାନା ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande