କାଲି ୭୫୦ ଜିଲ୍ଲା ମୁଖ୍ୟାଳୟରେ ବିକଶିତ ଭାରତ ସଂକଳ୍ପ ସଭା ଅନୁଷ୍ଠିତ ହେବ
ମୋଦୀଙ୍କ ୨୫ ବର୍ଷର ନେତୃତ୍ୱକୁ ଅଭିନନ୍ଦନ, କେନ୍ଦ୍ର କ୍ୟାବିନେଟ୍ ରେ ସଂକଳ୍ପ ପାରିତ - ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ପ୍ରଧାନମନ୍ତ୍ରୀ ଭାବେ ନିରବଚ୍ଛିନ୍ନ ୨୫ ବର୍ଷର ସାର୍ବଜନୀନ ଜୀବନ ଓ ନେତୃତ୍ୱ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ର କ୍ୟାବି
hjuk


ମୋଦୀଙ୍କ ୨୫ ବର୍ଷର ନେତୃତ୍ୱକୁ ଅଭିନନ୍ଦନ, କେନ୍ଦ୍ର କ୍ୟାବିନେଟ୍ ରେ ସଂକଳ୍ପ ପାରିତ

-

ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ପ୍ରଧାନମନ୍ତ୍ରୀ ଭାବେ ନିରବଚ୍ଛିନ୍ନ ୨୫ ବର୍ଷର ସାର୍ବଜନୀନ ଜୀବନ ଓ ନେତୃତ୍ୱ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ର କ୍ୟାବିନେଟ୍ ରେ ଐତିହାସିକ ସଂକଳ୍ପ ପାରିତ ହୋଇଛି। ଏହାକୁ ଭାରତର ଗଣତାନ୍ତ୍ରିକ ଇତିହାସର ଏକ ଗୌରବମୟ ଦିନ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି, ମୋଦୀଙ୍କ ନେତୃତ୍ୱରେ ଜନଧନ, ଆବାସ, ପିଏମ୍?-କିଷାନ, ଲକ୍ଷପତି ଦିଦି, ମହିଳା ସଂରକ୍ଷଣ, ଡିଜିଟାଲ୍ ପେମେଂଟ, ମେକ୍ ଇନ୍ ଇଣ୍ଡିଆ, ପ୍ରତିରକ୍ଷା ଓ ସେମିକଣ୍ଡକ୍ଟର ଉତ୍ପାଦନ ଭଳି କ୍ଷେତ୍ରରେ ଦେଶ ଉଲ୍ଲେଖନୀୟ ଅଗ୍ରଗତି କରିଛି। ଚନ୍ଦ୍ରଯାନ-୩ର ସଫଳତା, କୋଭିଡ୍ ଟିକାକରଣ, ଜି-୨୦ ଅଧ୍ୟକ୍ଷତା ଓ ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରଭାବ ବୃଦ୍ଧିକୁ ମଧ୍ୟ ସେ ମୋଦୀ ସରକାରଙ୍କ ସଫଳତା ବୋଲି ଉଲ୍ଲେଖ କରିଛନ୍ତି। ୨୦୪୭ ସୁଦ୍ଧା ବିକଶିତ, ଆତ୍ମନିର୍ଭର ଓ ସମୃଦ୍ଧ ଭାରତ ଗଠନ ପାଇଁ ଏହି ସଂକଳ୍ପ ନୂଆ ପ୍ରେରଣା ଦେବ ବୋଲି ସେ କହିଛନ୍ତି।

ଆସନ୍ତାକାଲି ଦେଶର ୭୫୦ ଜିଲ୍ଲା ମୁଖ୍ୟାଳୟରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଅନୁଷ୍ଠିତ ହେବ। ଓଡ଼ିଶାର ୩୧ ରାଜସ୍ୱ ଜିଲ୍ଲା ସହ ଭୁବନେଶ୍ୱରରେ ମଧ୍ୟ କାର୍ଯ୍ୟକ୍ରମ ହେବ। ଖୋର୍ଦ୍ଧା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଅନ୍ୟ ଜିଲ୍ଲାଗୁଡ଼ିକରେ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ସାମିଲ ହେବେ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ତଥା ରାଜ୍ୟ ପ୍ରକୋଷ୍ଟ ସମୁହ ସହ ସଂଯୋଜକ ଶ୍ରୀ ସୁଦୀପ୍ତ ରାୟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande