କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓଡିଶାବାସୀଙ୍କ ପାଇଁ ଡବଲ ଇଂଜିନ ସରକାର ଅଭିଶାପରେ ପରିଣତ ହୋଇଛି
କେନ୍ଦୁଝର, ୦୬ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକ ମଙ୍ଗଳବାର ଦିନ କେନ୍ଦୁଝର ଅଡିଟୋରିଅମ ଠାରେ ଅନୁଷ୍ଠିତ ହୋଇଛି। ବିଜୁ ଜନତା ଦଳର ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତୀଙ୍କ ସଭାପତିରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ
Bjd


କେନ୍ଦୁଝର, ୦୬ ଅକ୍ଟୋବର (ହି.ସ.) - କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକ ମଙ୍ଗଳବାର ଦିନ କେନ୍ଦୁଝର ଅଡିଟୋରିଅମ ଠାରେ ଅନୁଷ୍ଠିତ ହୋଇଛି। ବିଜୁ ଜନତା ଦଳର ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତୀଙ୍କ ସଭାପତିରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ ଦେଶରେ ଏକ ମିଛୁଆ ସରକାର ଚାଲିଥିବା ବେଳେ ଦେଶର ବୈଦଶିକ ନୀତି ବିଫଳ ହୋଇଛି। ସରକାର ନିଜେ ନିଜର ପିଠି ଥାପୁଡ଼େଇ ବାହାବା ନେଉଛନ୍ତି। ରାଜ୍ୟରେ ପାଠ୍ୟ ପୁସ୍ତକ ବିଭ୍ରାନ୍ତି ଆମକୁ ଲଜ୍ଜିତ କରିଛି, ଏହା ଆମ ଭବିଷ୍ୟତ ପିଢ଼ିକୁ ଅନ୍ଧାର ମଧ୍ୟକୁ ଠେଲିଦେଇଛି।ପୂ୍ୱର୍ରୁ ରାଜ୍ୟରେ ଲାଗୁ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୪ହଜାର କୋଟି ଟଙ୍କାର ବଜେଟ ବ୍ୟବସ୍ଥା ହୋଇଥିଲା ମାତ୍ର ସମଗ୍ର ଦେଶରେ ଆୟୁଷ୍ମାନ ଯୋଜନାରେ ମାତ୍ର ୬ହଜାର କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରାଯିବା ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ସାଙ୍ଗରେ ଡବଲ ଇଂଜିନ ସରକାର ଖେଳ ଖେଳିଛି ବୋଲି ସେ କହିଥିଲେ। ନିଜ ବକ୍ତବ୍ୟରେ ଶ୍ରୀ ମିଶ୍ର କହିଥିଲେ ରାଜ୍ୟ ସରକାରଙ୍କ ୨୭ମାସରେ ୨୭ଟି ବିଫଳତା ଜଳଜଳ ହୋଇ ଦେଖାଯାଉଛି । ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରି ସେ କହିଥିଲେ ଯେ ଏ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଚରମ ବିଫଳତା ପାଇଛନ୍ତି।ରାଜ୍ୟରେ ଡିଜି କିଏ ହେବ ତାହା ଫଇସଲା ହୋଇ ପାରୁନାହିଁ।ସରକାରଙ୍କ ବିଫଳତାକୁ ନେଇ ଶ୍ରୀ ମିଶ୍ର କହିଥିଲେ ଯେ ନବୀନ ପଟ୍ଟନାୟକଙ୍କ ସରକାର ଥିବା ସମୟରେ ୨ଲକ୍ଷ ୬୫ହଜାର କୋଟି ବଜେଟ ଛାଡ଼ିଥିଲୁ କିନ୍ତୁ ଏବେ ଶତକଡା ୧୯ପ୍ରତିଶତ କେନ୍ଦ୍ରୀୟ ଅନୁଦାନ କମ ଆସିଛି। ଆଜି ଓଡ଼ିଆ ଅସ୍ମିତା କୁଆଡେ ଗଲା ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିଥିବା ବେଳେ ଓଡିଶାରୁ ନିର୍ବାଚିତ ହୋଇଥିବା ୨୦ଜଣ ଏମପି ଚୁପ ହୋଇ ବସିଛନ୍ତି ବୋଲି ସେ କହିବା ସହ ରାଜ୍ୟରେ ପ୍ରତିଦିନ ଦୁଷ୍କର୍ମ ହେଉଛି।

ସରକାରଙ୍କୁ ଆହ୍ୱାନ ଦେଇ ଲୋକମାନଙ୍କୁ ତାଙ୍କ ନ୍ୟାର୍ଯ୍ୟ ଅଧିକାର ଦିଅ ବୋଲି ସେ କହିଥିଲେ। ଏ ସରକାର ଗୁଣ୍ଡା ଗରଦୀ ରେ ବିଶ୍ୱାସ କରନ୍ତି। କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ସାରା ଦେଶ କୁ ଭୁଆଁ ବୁଲେଇବାରେ ମାଷ୍ଟର। ରାଜ୍ୟରେ ପ୍ରଭୁଙ୍କୁ ନେଇ ରାଜନୀତି, ରଙ୍ଗ କୁ ନେଇ ରାଜନୀତି କରୁଛନ୍ତି। ପ୍ରତି ମାସରେ ଭତା ପାଉନାହାନ୍ତି ହିତାଧିକାରୀ, ୩ହଜାର ଟଙ୍କା ଭତା କୁଆଡେ ଗଲା ଆଉ ୩୦୦ୟୁନିଟ ବିଜୁଳି ବିଲ ମିଥ୍ୟା ଆଶ୍ୱାସନାରେ ପରିଣତ ହୋଇଛି।ଦିନେ ଧରଣୀଧର ମାଟି ରୁ ବିପ୍ଳବର ସ୍ୱର ଶୁଭିଥିବା ବେଳେ କଲରା ମୁଣ୍ଡାର ବ୍ୟାଙ୍କ ଜମା ତାର ଭାଇ ଜିତୁ ମୁଣ୍ଡାକୁ ମିଳିଲା ନାହିଁ, ଜଣେ କନେଷ୍ଟବଳ ସ୍ୱାମୀଙ୍କୁ ହତ୍ୟା କରାଗଲା ତେଣୁ କେନ୍ଦୁଝରକୁ ନେଇ ଆମେ ଆନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହେଲେ। କେନ୍ଦୁଝର ଜିଲ୍ଲାରେ ରାଜ୍ୟର ସର୍ବାଧିକ ଡ୍ରପ ଆଉଟ ବୋଲି ସେ କହିଥିଲେ।ସରକାରୀ କର୍ମଚାରୀଙ୍କ ବଦଳି ରେ ବ୍ୟାପକ ଲାଞ୍ଚ କାରବାର ହେବା କଥା କାହାକୁ ଅଛପା ନୁହେଁ ବୋଲି ସେ କହିଥିଲେ। ଘସିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ନିଜ ବକ୍ତବ୍ୟରେ ଅତୀତରେ ଦଳର ସଂଘର୍ଷ ସମ୍ପର୍କରେ ଆଲୋଚନା କରିବା ସହିତ କର୍ମୀମାନଙ୍କ ମନୋବଳ ବୃଦ୍ଧି କରିବାକୁ ହେବ ବୋଲି ସେ କହିବା ସହିତ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ବିଫଳ ହୋଇଥିବା ପ୍ରକାଶ କରିଥିଲେ।ଏହି ବୈଠକରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି, ପାଟଣାର ପୂର୍ବତନ ବିଧାୟକ ଜଗନ୍ନାଥ ନାୟକ, ପୂର୍ବତନ ସାଂସଦ ମାଧବ ସର୍ଦାର, ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଦୁ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ,ସଦର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀନୀ ମୀନା ମାଝୀ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ କମଳିନୀ ପାତ୍ର , ଯୁବ ସଭାପତି ରାକେଶ ରାମ,ଛାତ୍ର ବିଜେଡି ସଭାପତି ଅମରେନ୍ଦ୍ର ଧଳ,ଜିଲ୍ଲା କୋଷାଧ୍ୟକ୍ଷ ରକ୍ଷାକର ସାହୁ,ସତ୍ୟବ୍ରତ ନାୟକ,ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ମାଳତୀ ନାୟକ,ବରିଷ୍ଠ ନେତା ବିକ୍ରମ କେଶରୀ ବିଶ୍ୱାଳ,ତେଲକୋଇ ବ୍ଲକର ପୂର୍ବତନ ଅଧ୍ୟକ୍ଷା ସତ୍ୟଭାମା ସିଂ, ଘସିପୁରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର,ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗିରିଧାରୀ ମହାନ୍ତ, ଇଂ ହରିଭକ୍ତ କୁନା ଗିରି,ଦୁର୍ଯ୍ୟୋଧନ ବାରିକ, କାଉନସିଲର ସୁରେନ୍ଦ୍ର ଦାସ,ପୂର୍ବତନ ଜିଲ୍ଲା ଛାତ୍ର ବିଜେଡି ସଭାପତି ଆଶିଷ ଆଚାର୍ଯ୍ୟ, ଗୌରାଙ୍ଗ ରଣା,ବରିଷ୍ଠ ନେତା ବିଜୟ ମହାନ୍ତି, ହାଟଡିହି ବ୍ଲକର ଉପାଧ୍ୟକ୍ଷ ରତିକାନ୍ତ ରାଉତ,ଜିଲ୍ଲା ପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ,କେନ୍ଦୁଝର ନଗର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ,କାଉନସିଲର କେକି କାକଳି କୁମୁରା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶେଷରେ ପୂର୍ବତନ ଜିଲ୍ଲା ସଭାପତି ବିମ୍ବାଧର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏମଏମଡିଆର ଆକ୍ଟ, ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ବ୍ୟାପକ ତୃଟି, କେନ୍ଦୁଝର ଜିଲ୍ଲାରେ ଆଇନଶୃଙ୍ଖଳାରେ ଅଧୋଗତି ଓ ଧରଣୀଧର ବିଶ୍ୱବିଦ୍ୟାଳୟର ପୂର୍ବସ୍ଥିତିକୁ ଫେରାଇ ଆଣିବା ପାଇଁ ଆନ୍ଦୋଳନ କରାଯିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଅବସରରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଧରଣୀଧର ମହାବିଦ୍ୟାଳୟର ପୂର୍ବତନ ସଭାପତି ଦିଲ୍ଲୀପ କୁମାର ସାହୁ, ରାଜକିଶୋର ନନ୍ଦ, ସିଦ୍ଧେଶ୍ୱର ସାହୁଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ କର୍ମୀ ଯୋଗ ଦେଇଥିଲେ।ପ୍ରାରମ୍ଭରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ବାର୍ତା ପ୍ରସାରିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande