
ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ଆସାମ ରାଇଫଲ୍ସର ଯବାନ ରାଇଫଲ୍ ମ୍ୟାନ୍ ଭୁଡ଼ି ତେଜାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ଏକ ଶୋକ ବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ନାଗାଲାଣ୍ଡରେ କର୍ତବ୍ୟରତ ଅବସ୍ଥାରେ ୧୫ ଆସାମ ରାଇଫଲ୍ସର ବୀର ଯବାନ ରାଇଫଲ୍ ମ୍ୟାନ୍ ଭୁଡ଼ି ତେଜାଙ୍କ ବିୟୋଗ ବିଷୟରେ ଜାଣି ମୁଁ ଗଭୀର ଦୁଃଖିତ। ଓଡ଼ିଶା ମାଟିର ପୁଅ ଭାବେ ଦେଶ ମାତୃକାର ସେବାରେ ତାଙ୍କର ଏହି ସର୍ବୋଚ୍ଚ ବଳିଦାନ ଓ ନିଷ୍ଠା ସର୍ବଦା ଚିର ସ୍ମରଣୀୟ ରହିବ।
ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା