ଜରିପୁଟ ଜଙ୍ଗଲରୁ ଗୋମାଂସ ବୋଝେଇ ପିକ୍ଅପ ଜବତ, ଜଣେ ଗିରଫ
ଖୋର୍ଦ୍ଧା, ୦୬ ଅକ୍ଟୋବର (ହି.ସ.) - ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ମଙ୍ଗଳବାର ସଦର ଥାନା ପୋଲିସ ଚଢ଼ଉ କରି ଏକ ପିକ୍ଅପ୍ରୁ ପ୍ରାୟ ୨୦ କ୍ୟୁଂଟାଲ ଗୋମାଂସ ଜବତ କରିଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ମୁତାବକ, ଏକ ବୋଲେରୋ ପିକ୍ଅପ୍
ଗୋମାଂସ


ଖୋର୍ଦ୍ଧା, ୦୬ ଅକ୍ଟୋବର (ହି.ସ.) - ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ମଙ୍ଗଳବାର ସଦର ଥାନା ପୋଲିସ ଚଢ଼ଉ କରି ଏକ ପିକ୍ଅପ୍ରୁ ପ୍ରାୟ ୨୦ କ୍ୟୁଂଟାଲ ଗୋମାଂସ ଜବତ କରିଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ମୁତାବକ, ଏକ ବୋଲେରୋ ପିକ୍ଅପ୍ (ଓଡି-୦୨-ଡବ୍ଲ୍ୟୁ-୪୦୮୭)ରେ ମାଂସ ଚାଲାଣ ହେଉଥିବା ଖବର ପାଇ ପୋଲିସ ଗାଡ଼ିଟିକୁ ପିଛା କରିଥିଲା। ପରେ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟରେ ଗାଡ଼ିଟିକୁ ଅଟକାଇ ଯାଂଚ କରାଯାଇଥିଲା। ପିକଅପ ଭିତରେ ‘ହେନ ପ୍ରୋ ’ ଓ ‘କ୍ୟାଟେଲ ଫିଡ୍’ ଲେଖାଥିବା ବସ୍ତାରେ ମାଂସ ପ୍ୟାକିଂ କରାଯାଇଥିବା ଜଣାପଡ଼ିଥିଲା।ପୋଲିସ ଗାଡ଼ି ସହ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି। ଜବତ ମାଂସ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ପୁଲିସ ଖୋଳତାଡ଼ କରୁଛି।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande