ହାତୀ ପଲକୁ ଘଉଡେଇବା ସହିତ କ୍ଷତିପୂରଣ ଦାବିରେ ରେଞ୍ଜ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ
ଚମ୍ପୁଆ, ୦୬ ଅକ୍ଟୋବର (ହି.ସ.) - ଚମ୍ପୁଆ ରେଞରେ ହାତୀ ପଲ ଦୀର୍ଘଦିନ ଧରି ଆଡ୍ଡା ଜମାଇ ଲୋକଙ୍କ ନିଦ ହଜାଇ ସାରିଥିବାବେଳେ ଗତ କିଛି ସପ୍ତାହ ହେବ କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ରହି ରଜିଆ ପଂଚାୟତ ଅନ୍ତର୍ଗତ ପତଳା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି କରି ଚାଲିଛନ୍ତି। ଗ୍ରାମବାସୀ ଋଣ ଧାର କରଜ କରି
ହାତୀ ପଲକୁ ଘଉଡେଇବା ସହିତ କ୍ଷତିପୂରଣ ଦାବିରେ ରେଞ୍ଜ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ


ଚମ୍ପୁଆ, ୦୬ ଅକ୍ଟୋବର (ହି.ସ.) - ଚମ୍ପୁଆ ରେଞରେ ହାତୀ ପଲ ଦୀର୍ଘଦିନ ଧରି ଆଡ୍ଡା ଜମାଇ ଲୋକଙ୍କ ନିଦ ହଜାଇ ସାରିଥିବାବେଳେ ଗତ କିଛି ସପ୍ତାହ ହେବ କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ରହି ରଜିଆ ପଂଚାୟତ ଅନ୍ତର୍ଗତ ପତଳା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି କରି ଚାଲିଛନ୍ତି। ଗ୍ରାମବାସୀ ଋଣ ଧାର କରଜ କରି ଜମିରେ ଚାଷ କରିଥିବା ବେଳେ ଦୈନିକ ହାତୀପଲ ଫସଲ ସବୁ ମାଡି ଦଳି ନଷ୍ଟ କରୁଛନ୍ତି। ବନ ବିଭାଗ ପ୍ରତିଦିନ ହାତୀକୁ ଘୋଉଡାଇବା ବଦଳରେ ନିରବଦ୍ରଷ୍ଟା ସାଜିଥିବାରୁ ହାତୀପଲ ପ୍ରତି ଦିନ ରାତିରେ ବ୍ୟାପକ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି ।

ବନ ବିଭାଗ ହାତୀ ଘଉଡେଇବାରେ ସମ୍ପୂର୍ଣ୍ଣ ବିଫଳ ହେବାରୁ ଦିନକୁ ଦିନ ଏହି ଗାଁ ରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଚାଷ ନଷ୍ଟ କରିବା ସହିତ ଗ୍ରାମରେ ପଶି ଘର ଭାଙ୍ଗିବା ଏକ ନୀତି ଦିନିଆଁ ଘଟଣା ସାଜିଛି। ଯାହାକୁ ନେଇ ଗ୍ରାମବାସୀ ଚମ୍ପୁଆ ରେଞ୍ଜ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରି ଶୀଘ୍ର ହାତୀ ପଲଙ୍କୁ ଘଉଡେଇବା ସହିତ କ୍ଷୟ କ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି । ହାତୀ ପଲଙ୍କୁ ଘୋଉଡାଇ ଚାଷକୁ ସୁରକ୍ଷା ଦେବା ସହିତ କିପରି ଘରଦ୍ୱାର ଭଙ୍ଗା ରୋକାଯାଇ ପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହୋଇଥିବାବେଳେ ରେଞ୍ଜ ଅଧିକାରୀ ପୋଲିସ ସହିତ ଗ୍ରାମବାସୀଙ୍କ ସହାୟତାରେ ହାତୀ ଘଉଡେଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande