ଓଡ଼ିଶାକୁ ଏରୋସ୍ପେସ୍-ଡିଫେନ୍ସ ମାନୁଫ୍ୟାକ୍ଚରିଂ ପାୱାରହାଉସ୍ କରିବାରେ ଏଚଏଏଲ୍ ପ୍ରମୁଖ ଭୂମିକା ନେବ: ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, ୬ ଅକ୍ଟୋବର (ହି.ସ.)। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡ଼ିଶା ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବେ ଦ୍ରୁତ ଗତିରେ ଉଭା ହେଉଛି। କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍
ଧର୍ମେନ୍ଦ୍ର ପ୍ରଧାନ (ଫାଇଲ ଫଟୋ)


ଭୁବନେଶ୍ୱର, ୬ ଅକ୍ଟୋବର (ହି.ସ.)। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡ଼ିଶା ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବେ ଦ୍ରୁତ ଗତିରେ ଉଭା ହେଉଛି। କୋରାପୁଟ ଜିଲ୍ଲାର ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ଏଚଏଏଲ୍) ପ୍ରତିରକ୍ଷା ଉତ୍ପାଦନ ୟୁନିଟ୍ ପରିଦର୍ଶନକୁ ସେ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି ଯେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସୁନାବେଡ଼ା ଏଚଏଏଲ୍ ୟୁନିଟ୍ ପରିଦର୍ଶନ କରିବା ଏକ ଗୌରବର ମୁହୂର୍ତ୍ତ। ସେ କହିଛନ୍ତି ଯେ ଏଚଏଏଲ୍ର ଭୂମିକା ଓଡ଼ିଶାରେ ପ୍ରତିରକ୍ଷା ଓ ଏରୋସ୍ପେସ୍ ଉତ୍ପାଦନର ନୂଆ ସମ୍ଭାବନା ସୃଷ୍ଟି କରୁଛି।

ସେ କହିଛନ୍ତି ଯେ ଏମଏସଏମଇ, ଷ୍ଟାର୍ଟଅପ୍, ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷ ଯୁବପିଢ଼ିଙ୍କୁ ଏହି କ୍ଷେତ୍ର ସହ ଯୋଡ଼ି ଓଡ଼ିଶାକୁ ଏକ ‘ଏରୋସ୍ପେସ୍-ଡିଫେନ୍ସ ମାନୁଫ୍ୟାକ୍ଚରିଂ ପାୱାରହାଉସ୍’ ଭାବେ ବିକଶିତ କରିବାରେ ଏଚଏଏଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଏରୋ-ଇଞ୍ଜିନ୍ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହିଁ ଭାରତର ଶକ୍ତି। ଦେଶରେ ନିଜସ୍ୱ ପ୍ରଯୁକ୍ତିରେ ନିର୍ମାଣ ହେଉଥିବା ଇଞ୍ଜିନ୍, ଟେଷ୍ଟିଂ ସୁବିଧା ଏବଂ ମେଣ୍ଟେନାନ୍ସ, ରିପେୟାର ଆଣ୍ଡ ଓଭରହଲ୍ (ଏମଆରଓ) କ୍ଷମତା ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରୁଛି।

ସେ କହିଛନ୍ତି ଯେ ଏରୋ-ଇଞ୍ଜିନ୍ ଭଳି ରଣନୈତିକ ପ୍ରଯୁକ୍ତି କ୍ଷେତ୍ରରେ ଦେଶୀୟ କ୍ଷମତା ବୃଦ୍ଧି ଭାରତର ପ୍ରତିରକ୍ଷା ଆତ୍ମନିର୍ଭରତାକୁ ନୂଆ ଦିଗ ଦେବ। ଏହା ସହିତ ଉତ୍ପାଦନ, ପରୀକ୍ଷଣ ଓ ରକ୍ଷଣାବେକ୍ଷଣରେ ଦେଶୀୟ କ୍ଷମତା ବୃଦ୍ଧି ପ୍ରତିରକ୍ଷା ବାହିନୀର ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରିବ।

ଏଚଏଏଲ୍ କୋରାପୁଟ ଦ୍ୱାରା ୨,୦୦୦ତମ ଏରୋ-ଇଞ୍ଜିନ୍ ନିର୍ମାଣ ଏବଂ ୯,୦୦୦ରୁ ଅଧିକ ଇଞ୍ଜିନ୍ର ସଫଳ ଓଭରହଲିଂକୁ ଧର୍ମେନ୍ଦ୍ର ପ୍ରଧାନ ଏକ ଐତିହାସିକ ମାଇଲଖୁଣ୍ଟ ବୋଲି ଅଭିହିତ କରିଛନ୍ତି।

ସେ କହିଛନ୍ତି ଯେ ଏଚଏଏଲ୍ କୋରାପୁଟର ଏହି ଉପଲବ୍ଧି ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଦୀର୍ଘଦିନର ପ୍ରଯୁକ୍ତିଗତ ଦକ୍ଷତା ଓ ଅଭିଜ୍ଞତାର ପ୍ରମାଣ। ଏହି କ୍ଷମତା ଭାରତୀୟ ସଶସ୍ତ୍ର ବାହିନୀର ପ୍ରତିରକ୍ଷା ପ୍ରସ୍ତୁତିକୁ ଆହୁରି ଶକ୍ତିଶାଳୀ କରୁଥିବା ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande