ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ : ପୂର୍ତ ବିଭାଗ ବେତନଟି ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
ବାରିପଦା, ୬ ଅକ୍ଟୋବର (ହି.ସ.)- ମୟୂରଭଞ୍ଜ ଜିଲ୍ଲା ପୂର୍ତ ବିଭାଗର ବେତନଟି ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ବାଲେଶ୍ୱର ଭିଜିଲାନ୍ସ ଡିଭିଜନ୍ । ଅରବିନ୍ଦଙ୍କୁ ମଙ୍ଗଳବାର ବାରିପଦା
ଓଡିଶା ଭିଜିଲାନ୍ସ


ବାରିପଦା, ୬ ଅକ୍ଟୋବର (ହି.ସ.)- ମୟୂରଭଞ୍ଜ ଜିଲ୍ଲା ପୂର୍ତ ବିଭାଗର ବେତନଟି ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତିଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ବାଲେଶ୍ୱର ଭିଜିଲାନ୍ସ ଡିଭିଜନ୍ । ଅରବିନ୍ଦଙ୍କୁ ମଙ୍ଗଳବାର ବାରିପଦା ସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ ।

ଅରବିନ୍ଦ ମହାନ୍ତିଙ୍କ ବିଭିନ୍ନ ସ୍ଥାବର ଅସ୍ଥାବର ସମ୍ପତି ଉପରେ ଗତକାଲି ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଓ ତଲାସୀ କରାଯାଇଥିଲା । ତଲାସୀ ସମୟରେ ତାଙ୍କର ସମ୍ପତି ଏବଂ ଆୟ ସହିତ ସମନ୍ୱୟ ନଥିବା ଜଣାପଡିଛି ଓ ବିପୁଳ ସମ୍ପତିର ସନ୍ଧାନ ମିଳିଛି । ଭିଜିଲାନ୍ସର ସୂଚନା ଅନୁସାରେ ଅରବିନ୍ଦଙ୍କର ୨ଟି ବହୁତଳ କୋଠା, ୫ ଏକର ଜମି ଉପରେ ଗୋଟିଏ ଫାର୍ମ ହାଉସ୍, ୨୩ଟି ପ୍ଲଟ୍ ଓ ୩୦୦ ଗ୍ରାମ୍ ସୁନା ଅଳଙ୍କାର ଜବତ ହୋଇଛି । ଏଥିସହ ୬୯.୯୯ ଲକ୍ଷ ବ୍ୟାଙ୍କ ଜମା ଅର୍ଥରାଶି ଏବଂ ନଗଦ ୮.୦୭ ଲକ୍ଷ ଟଙ୍କା ଜବତ ହୋଇଛି । ତାଙ୍କର ୧୨.୩୨ ଲକ୍ଷ ମୂଲ୍ୟର ଆସବାବପତ୍ର , ଗୋଟିଏ କାର୍ ଜବତ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande