ବିଭିନ୍ନ ସମସ୍ୟା ନେଇ ବଲାଙ୍ଗୀର ସ୍ୱାଭିମାନ ମଂଚର କ୍ଷେତ୍ର ପରିଦର୍ଶନ ଓ ବରିଷ୍ଠ ଅଧିକାରୀଙ୍କ ସହିତ ସାକ୍ଷାତ ଆଲୋଚନା
ବଲାଙ୍ଗିର, ୦୬ ଅକ୍ଟୋବର (ହି.ସ.) - ଅସଂଖ୍ୟ ସମସ୍ୟା ଜର୍ଜରିତ ବଲାଙ୍ଗୀରର ସମସ୍ୟାର କାରଣ ତଥା ସମାଧାନର ସୂତ୍ର ଖୋଜିବାକୁ ସ୍ୱାଭିମାନ ମଂଚର ଏକ ପ୍ରତିନିଧ ଦଳ ଡକ୍ଟର ପ୍ରେମଚାନ୍ଦ ମହାନ୍ତି ଏବଂ ଶ୍ରୀ ବାମଦେବ ମିଶ୍ରଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟାୟକ୍ରମେ ବିଭିନ୍ନ କ୍ଷେତ୍ର ଯଥା ରାଜ୍ୟ ହୋଟେଲ ମେନେଜମେ
ବିଭିନ୍ନ ସମସ୍ୟା ନେଇ ବଲାଙ୍ଗୀର ସ୍ୱାଭିମାନ ମଂଚର କ୍ଷେତ୍ର ପରିଦର୍ଶନ ଓ ବରିଷ୍ଠ ଅଧିକାରୀଙ୍କ ସହିତ ସାକ୍ଷାତ ଆଲୋଚନା


ବିଭିନ୍ନ ସମସ୍ୟା ନେଇ ବଲାଙ୍ଗୀର ସ୍ୱାଭିମାନ ମଂଚର କ୍ଷେତ୍ର ପରିଦର୍ଶନ ଓ ବରିଷ୍ଠ ଅଧିକାରୀଙ୍କ ସହିତ ସାକ୍ଷାତ ଆଲୋଚନା


ବଲାଙ୍ଗିର, ୦୬ ଅକ୍ଟୋବର (ହି.ସ.) - ଅସଂଖ୍ୟ ସମସ୍ୟା ଜର୍ଜରିତ ବଲାଙ୍ଗୀରର ସମସ୍ୟାର କାରଣ ତଥା ସମାଧାନର ସୂତ୍ର ଖୋଜିବାକୁ ସ୍ୱାଭିମାନ ମଂଚର ଏକ ପ୍ରତିନିଧ ଦଳ ଡକ୍ଟର ପ୍ରେମଚାନ୍ଦ ମହାନ୍ତି ଏବଂ ଶ୍ରୀ ବାମଦେବ ମିଶ୍ରଙ୍କ ଅଧ୍ୟକ୍ଷତାରେ ପର୍ଯ୍ୟାୟକ୍ରମେ ବିଭିନ୍ନ କ୍ଷେତ୍ର ଯଥା ରାଜ୍ୟ ହୋଟେଲ ମେନେଜମେଂଟ ପ୍ରତିଷ୍ଠାନ ,ନିର୍ମାଣାଧୀନ ବିଜ୍ଞାନ ପାର୍କ ତଥା ପ୍ଲାନେଟୋରିଅମ ,ମୁନିସିପାଲିଟି ନିର୍ବାହୀ ଅଧିକାରୀ ଓ ଜାତୀୟ ରାଜପଥ ପ୍ରାଧୀକରଣ ଅଧିକାରୀଙ୍କ ସହିତ ସାକ୍ଷାତ ଆଲୋଚନା କରି ବଲାଙ୍ଗୀର ବାସୀ ଅନୁବବ କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ବାବେ ଆଲୋଚନା କରିଥିଲେ । ହୋଟେଲ ମେନେଜମେଂଟରେ ପ୍ରଦତ ଶିକ୍ଷା ଏକ ଧନ୍ଦାମୂଳକ ତଥା ରୋଜଗାର ଭିତିକ ପାଠ୍ୟକ୍ରମ ହୋଇଥିଲେହେଁ ବଲାଙ୍ଗୀରର ସ୍ଥାନୀୟ ଛାତ୍ରଛାତ୍ରୀ ଏଥିପ୍ରତି ବିମୁଖ ମନୋଭାବ ପ୍ରଦର୍ଶନ କରୁଥିବାରୁ ମଂଚର କର୍ମକର୍ତା କ୍ଷୋଭ ପ୍ରକାଶ କରିବା ସଂଗେ ସଂଗେ ଛାତ୍ରଛାତ୍ରୀଙ୍କ ମାନସିକତାରେ ପରିବର୍ତନ ଆଣିବାକୁ ସେମାନେ ସବୁ ରକମ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ନିୟମିତ ରୂପେ ନିକଟସ୍ଥ ସ୍କୁଲ ଓ କଲେଜ ମାନଙ୍କରେ ଛାତ୍ରଛାତ୍ରୀଙ୍କୁ ପ୍ରବର୍ତାଇବା ପାଇଁ ପ୍ରୟାସ କରାଯିବ ବୋଲି ମତ ପ୍ରକାଶ ପାଇଥିଲା । ୨୦୧୯ ମସିହାରୁ ବଲାଙ୍ଗୀରର ଅନ୍ୟ ଏକ ଗୌରବ ସାଇନ୍ସ ପାର୍କ ଓ ପ୍ଲାନେଟୋରିଅମ ତିଆରି ଆରମ୍ଭ ହୋଇଥିଲେହେଁ ଏଯାଏଁ ନିର୍ମାଣ ସଂପୂର୍ଣ ହୋଇ ନଥିବାରୁ ଏହାର କାରଣ ଜାଣିବାକୁ ମଂଚର ସଭ୍ୟମାନେ ଦିନେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନିକଟ ଦେଇ ଯାଇଥିବା ବାଇପାସ୍ ରୋଡରେ ଥିବା ଏହି ସ୍ଥାନକୁ ପରିଦର୍ଶନରେ ଯାଇଥିଲେ । ଅହେତୁକ କାରଣ ସଂପର୍କରେ ସୂଚନା ଦେବାକୁ ଯାଇ ସେଠିକାର ଅଧିକାରୀ ଅକସ୍ମାତ ଭାବେ ପ୍ରାକ୍ତନ ଠିକାଦାର କାର୍ଯ୍ୟ ବନ୍ଦ କରିଦେବା ,ନୂତନ ଟେଣ୍ଡର ପ୍ରକ୍ରିୟା ତଥା ସରକାର ପରିବର୍ତନକୁ ଦାୟୀ କରିଥିଲେ । ଏତଦ ବ୍ୟତୀତ ଆମେରିକାରୁ ଆସିଥିବା ଡିସପ୍ଲେ ବୋର୍ଡର ସ୍ଥାପନା ତଥା ସାଇନ୍ସ ପାର୍କ ଦାୟିତ୍ୱ ବହନ କରିଥିବା ଚେନ୍ନାଇର ଏକ ଫାର୍ମର ବିଳମ୍ବ ଯୋଗୁଁ ଏପରି ଘଟିଛି ବୋଲି ଅଧିକାରୀ ଜଣକ ମତ ଦେଇଥିଲେ । ତଥାପି ଆଗାମୀ ଡିସେମ୍ବର ସୁଦ୍ଧା ଏହି ସବୁ କାର୍ଯ୍ୟ ସରିଯିବ ବୋଲି ସେ କହିଥିଲେ । ପାର୍କରେ ଥିବା ପ୍ରେକ୍ଷାଳୟ ଓ ବିଭିନ୍ନ ଉନ୍ନତ ମାନର ବୈଜ୍ଞାନିକ ଯନ୍ତ୍ରପାତୀ ଦେଖି ମଂଚର କର୍ମକର୍ତା ଖୁସି ବ୍ୟକ୍ତ କରିଥିଲେ । କିନ୍ତୁ ଏଠାକାର ଅନ୍ୟ ଦୁଇଟି ମୂଖ୍ୟ ସମସ୍ୟା ହେଲା ପାର୍କିଙ୍ଗ ବ୍ୟବସ୍ଥା ତଥା ବିଦ୍ୟୁତ୍ ଟ୍ରାନ୍ସଫର୍ମର ପାଇଁ ଅର୍ଥ ବରାଦ ନଥିବା ଘଟଣା । ମଂଚ ପକ୍ଷରୁ ଏହାର ଉଦଘାଟନ ପୂର୍ବରୁ ଉପରୋକ୍ତ ବ୍ୟବସ୍ଥା ପ୍ରତି ସରକାର ଉପଯୁକ୍ତ ଧ୍ୟାନ ଦେବେ ବୋଲି ଆଶା କରା ଯାଉଛି । ୩ୟ ପର୍ଯ୍ୟାୟରେ ପୌର ପରିଷଦ ଅଫିସ ସମ୍ମୁଖରେ ପଡି ରହିଥିବା ରାସ୍ତା ସେ‘ଇ ମେସିନ୍ ର ଅଚଳ ଅବସ୍ଥା , ନରସିଂହ ବନ୍ଧର ସେ‘ଇ କାର୍ଯ୍ୟ ପୁରା ହୋଇ ନଥିଲେହେଁ ସେଠାରେ ପୁନଃ ଦଳ ଭର୍ତୀ ହୋଇଯିବା ,ରାସ୍ତା ଓ ନାଳ କାର୍ଯ୍ୟ ଶୀଘ୍ର ସାରିବା ଏବଂ ଦୁର୍ଘଟଣା ପ୍ରବଣ ସମ୍ବଲପୁର ଓ ସୋନପୁର ରାସ୍ତାର ଦୋହରୀକରଣ ସଂପର୍କରେ ନିର୍ବାହୀ ଅଧିକାରୀ ଶ୍ରୀ ସନ୍ତୋଷ ବେହେରାଙ୍କ ସହିତ ଏକ ସୌହାଦ୍ର୍ଧ୍ୟପୁର୍ଣ ବାତାବରଣରେ ବାର୍ତାଳାପ ହୋଇଥିଲା । ଶ୍ରୀ ବେହେରାଙ୍କ କହିବାନୁଯାୟୀ ଏହି ମେସିନଟିକୁ ଅହମଦାବାଦର ଏକ ଫାର୍ମ ମରାମତି କଲାପରେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯିବ । ବନ୍ଧ ସଫେଇ ସଂପର୍କରେ ସେ କହିଲେ ଏହି କାର୍ଯ୍ୟ ସବୁ ସମାପ୍ତ ହୋଇ ନାହିଁ , ଅଚାନକ ପ୍ରବଳ ବର୍ଷା ଯୋଗୁଁ ବନ୍ଧ ଜଳପୂର୍ଣ ହୋଇଯିବା ଯୋଗୁଁ କାମ ବନ୍ଦ କରିବାକୁ ସେମାନେ ବାଧ୍ୟ ହେଲେ । ଜାନୁୟାରୀ ମାସରୁ ଏଠାରୁ କିଛି ଜଳକୁ ଅପସାରିତ କରାଯାଇ ପୂନଃ ଏହାର ଉଦ୍ଧାର କାର୍ଯ୍ୟ ଚାଲୁ କରାଯିବ । ରାସ୍ତା ଦୋହରୀକରଣ ମୁନିସିପାଲିଟି ନୁହେଁ ବରଂ ଜାତୀୟ ରାଜପଥ ପ୍ରାଧୀକରଣର ବୋଲି ତାଙ୍କଠୁଁ ଜାଣିଲାପରେ ମଂଚ ଉପରୋକ୍ତ ଅଧୀକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଅତିଶୀଘ୍ର ସମାପ୍ତ ହେବାକୁ ଯାଉଥିବା ବାଇପାସ୍ ରୋଡ କାର୍ଯ୍ୟକ୍ଷମ ହୋଇଗଲେ ଏହି ଅସୁବିଧା ଦୁର ହୋଇଯିବ । ଆମ ପରାମର୍ଶ ଗ୍ରହଣ କରି ସମ୍ବଲପୁର ରୋଡରେ ଥିବା ବଡ ଗଛସବୁ କାଟି ସେହି ସ୍ଥାନରେ ସିମେଂଟ ଇଟାର ରାସ୍ତା ତିଆରି କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ବଲାଙ୍ଗୀର-ନୟାଗଡ ରାଜପଥ ନିର୍ମାଣ ପ୍ରସ୍ତାବ ଗୃହୀତ ହୋଇଗଲେ ଚାରିଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ହେବ ତେବେ ଦୋହରୀକରଣର ଆଉ ଆବଶ୍ୟକତା ପଡିବ ନାହିଁ । ବଲାଙ୍ଗୀର ଜନ ସାଧାରଣଙ୍କ ସୁବିଧା ଅସୁବିଧା ଆପତି ,ଅଭିଯୋଗକୁ ସଠିକ୍ ଫୋରମରେ ଉପସ୍ଥାପିତ କରିବାହିଁ ସେମାନଙ୍କ ମୂଖ୍ୟ କାର୍ଯ୍ୟ ବୋଲି ମଂଚର କର୍ମକର୍ତା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମ ମାନଙ୍କରେ ଉମାକାନ୍ତ ସାହୁ ,ଡା; ପ୍ରଶାନ୍ତ ପ୍ରଧାନ ,ଭକ୍ତବନ୍ଧୁ ଯୋଷୀ ,ରଂଜିତ ପ୍ରଧାନ ,ତ୍ରିଲୋଚନ ମହାପାତ୍ର ,ଜ୍ୟୋତି ନାଗ, ବୁଠି ବେହେରା ,ସୁରେନ୍ଦ୍ର ତ୍ରିପାଠୀ , ଚିତରଂଜନ୍ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande