
ଭଦ୍ରକ, ୬ ଅକ୍ଟୋବର (ହି.ସ.) - ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଗିରଫ, ମୁଖ୍ୟ ନିର୍ବାଚନ କମିଟିରେ ପ୍ରଧାନମନ୍ତ୍ରୀ ଲୋକସଭାର ବିରୋଧୀ ଦଳର ନେତା, ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଙ୍କୁ ସାମିଲ, ଏସଆଇଆର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବାତିଲ, ବ୍ୟାଲଟ ପେପରରେ ଭୋଟ କରାଇବା, ଏମମଏମଡିଆର ସଂଶୋଧନ ଆଇନ- ୨୦୨୬ ବାତିଲ କରିବା, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ଭଦ୍ରକ ଜିଲ୍ଲାରେ ବନ୍ୟା ମୃତକ ଓ ପୀଡ଼ିତଙ୍କ ପରିବାରମାନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା, ସମସ୍ତ ଚାଷୀ ଓ ଭାଗଚାଷୀଙ୍କ କୃଷି ଋଣ ଛାଡ଼ କରିବା, ମତ୍ସ୍ୟଜୀବୀଙ୍କ ଋଣ ଛାଡ଼ କରିବା ଦାବି ନେଇ ଇଣ୍ଡିଆ ମେଂଟ ପକ୍ଷରୁ ଭଦ୍ରକ ରାଜଘାଟ ଛକ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଶନି ମନ୍ଦିର ଛକ ଦେଇ ଏକ ବିଶାଳ ପଟୁଆର ବାହାରି ସହର ପରିକ୍ରମା କରିଥିଲା। ପରେ ଏହି ପଟୁଆର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥଲା। ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି, ସିପିଆଇ ଏମ ଜିଲ୍ଲା ସଂପାଦକ ଦିବ୍ୟସିଂ ନାୟକ, ସିପିଆଇ ଏମଏଲର ଜିଲ୍ଲା ସଂପାଦକ ସମର ବଳଙ୍କ ନେତୃତ୍ୱରେ ଓ କଂଗ୍ରେସର ବରିଷ୍ଠ ନେତା ଦେବରୂପ ମହାନ୍ତିଙ୍କ ସଂଯୋଜନାରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମହାନ୍ତି ନିଜ ବକ୍ତବ୍ୟରେ ଉପରୋକ୍ତ ଦାବି ପୂରଣ ନହେଲେ ଦୁର୍ବାର ଆନ୍ଦୋଳନ କେବଳ ସଦର ମହକୁମାରେ ନୁହେଁ ରାଜ୍ୟର ପ୍ରତି ଗଳିକନ୍ଦିରେ ଚାଲିବ ବୋଲି କହିଥିଲେ। ଏହାବାଦ ଆସନ୍ତା ୮ ତାରିଖ ଇଣ୍ଡି ମେଂଟର ଭଦ୍ରକ ବନ୍ଦ ଡାକରାକୁ ସଫଳ କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଥିଲେ। ଉକ୍ତ ସମାବେଶରେ ପ୍ରାକ୍ତନ ବିଧାୟକ, ପଂଚାନନ ମଣ୍ଡଳ, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ରାଜ୍ୟ ସଂପାଦିକା ଶୁଭଶ୍ରୀ ବେହେରା, ସତ୍ୟାନନ୍ଦ ରାଉତ, ଅଭିଷେକ ରାଉତ, ପ୍ରଦ୍ୟୁମ୍ନ କୁମାର ଦାସ, ରାଜେନ୍ଦ୍ର ପ୍ରସାଦ ଯେନା, ରଜନୀକାନ୍ତ ଚାନ୍ଦ, ଗୋଲକ ଚନ୍ଦ୍ର ବେହେରା, ବରିଷ୍ଠ ସିପିଆଇ ଏମ ନେତା ରାଧା ଦାସ, ଯୁବନେତା ବିକାଶ ନାଥ, ଗିରିଧାରୀ ନାଥ, ସିପିଆଇ ଜିଲ୍ଲା ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଦିଗମ୍ବର ଦାସ, ବିଜୟ ବାରିକ, ରାଜକିଶୋର ପଣ୍ଡା, ସରୋଜ ରାଉଳ, ସରୋଜ ଦାସ, ପିତବାସ ଧଳ, ଶୁଭାଶିଶ ମଲ୍ଲିକ, ବିଦ୍ୟାଧର ଜେନା, ଗୟାଧର ସେଠୀ, ନାରୀନେତ୍ରୀ ଶର୍ମିଷ୍ଠା ପଣ୍ଡା, ସବିତା ଚାନ୍ଦ, ଅଜୟ ସାହୁ, ଅରବିନ୍ଦ ନାୟକ, ବିଜୟ ଶଙ୍କର ମହାନ୍ତି, ରମେଶ ଚନ୍ଦ୍ର ବେହେରା, ଗଣେଶ ମଲ୍ଲିକ, ରଂଜନ ଯେନା, ସେକ ସନାଉଲ୍ଲା, ପ୍ରତାପ ମହାଳିକ ପ୍ରମୁଖ ଶୋଭାଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ। ପ୍ରତିବାଦ ସଭା ଅବସରରେ ମେଂଟର ନେତୃମଣ୍ଡଳୀ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିତ୍ର ପ୍ରଦାନ କରାଯାଇଥିଲା। ଶେଷରେ ମେଂଟର ନେତା ଓ କର୍ମୀ ଜ୍ଞାନେଶ କୁମାର, ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତଳିକା ଦାହ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ