ଅକ୍ଟୋବର ୮ ଓଡ଼ିଶା ବନ୍ଦକୁ ଶ୍ରମିକ ସଂଗଠନର ସମର୍ଥନ
ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ଏମଏମ୍ଡିଆର ପ୍ରତ୍ୟାହାର ଓ ବେଆଇନ ଭାବେ ୧୩ କୋଟି ଭୋଟରକୁ ଲିଷ୍ଟ୍ରୁ କାଟିବା ବିରୁଦ୍ଧରେ ଆଗାମୀ ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ଶ୍ରମିକ କର୍ମଚାରୀଙ୍କ ତରଫରୁ ଦୃଢ଼ ସମର୍ଥନ କରାଯାଇଛି। ଏମ୍ଏମ୍ଡିଆର ଆଇନ୍ ଲାଗୁ ହେଲେ ଓଡ଼ିଶା ରାଜ୍ୟର ଅଧିକାର ହରାଇବା ସହିତ ୧ ଲକ୍ଷ ୧୦
ଅକ୍ଟୋବର ୮ ଓଡ଼ିଶା ବନ୍ଦକୁ ଶ୍ରମିକ ସଂଗଠନର ସମର୍ଥନ


ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ଏମଏମ୍ଡିଆର ପ୍ରତ୍ୟାହାର ଓ ବେଆଇନ ଭାବେ ୧୩ କୋଟି ଭୋଟରକୁ ଲିଷ୍ଟ୍ରୁ କାଟିବା ବିରୁଦ୍ଧରେ ଆଗାମୀ ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ଶ୍ରମିକ କର୍ମଚାରୀଙ୍କ ତରଫରୁ ଦୃଢ଼ ସମର୍ଥନ କରାଯାଇଛି। ଏମ୍ଏମ୍ଡିଆର ଆଇନ୍ ଲାଗୁ ହେଲେ ଓଡ଼ିଶା ରାଜ୍ୟର ଅଧିକାର ହରାଇବା ସହିତ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ବକେୟା ପାଉଣା ଓ ପ୍ରତିବର୍ଷ ୧୨ ହଜାର କୋଟି ଟଙ୍କା ରାଜସ୍ୱ ହରାଇବ। ଘରୋଇ ମାଲିକମାନେ ଅଧିକ ଖଣି ନେଲେ ଶ୍ରମିକ କର୍ମଚାରୀଙ୍କର ନିଯୁକ୍ତି ସଂଖ୍ୟା କମିବ। ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କର ଚକ୍ରାନ୍ତରେ ଏସ୍ଆଇଆର ନାମରେ କଟିଥିବା ୧୩କୋଟି ଭୋଟରଙ୍କ ମଧ୍ୟରୁ ଅଧିକ ପ୍ରବାସି ଶ୍ରମିକ ଅଛନ୍ତି। ଯେଉଁମାନେ ନିଜ ରାଜ୍ୟ ଓ ନିଜ ଗ୍ରାମରେ ରହୁନଥିବାରୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ନାମ ଭୋଟର ଲିଷ୍ଟରୁ କାଟି ଦିଆଯାଇଛି। ତେଣୁ ଶ୍ରମିକ କର୍ମଚାରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଇଣ୍ଡିଆମେଂଟ ଓ କଂଗ୍ରେସ ଦଳ ତରଫରୁ ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ତରଫରୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି, ରାଜ୍ୟ ସଭାପତି ତଥା ପ୍ରାକ୍ତନ ସାଂସଦ ଡ. ରାମଚନ୍ଦ୍ର ଖୁଂଟିଆ ନିବେଦନ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande