ଜିଲ୍ଲାସ୍ତରୀୟ ୯ମ ରାଷ୍ଟ୍ରୀୟ ପୋଷଣ ମାସ ଅନୁଷ୍ଠିତ
ଖୋର୍ଦ୍ଧା, ୦୬ ଅକ୍ଟୋବର (ହି.ସ.) - ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ୯ମ ରାଷ୍ଟ୍ରୀୟ ପୋଷଣ ମାସ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କୁସୁମ କୁମାରୀ ପ୍ରହରାଜ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ପୋଷ
Posan


ପୋଷଣ


ଖୋର୍ଦ୍ଧା, ୦୬ ଅକ୍ଟୋବର (ହି.ସ.) - ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ୯ମ ରାଷ୍ଟ୍ରୀୟ ପୋଷଣ ମାସ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କୁସୁମ କୁମାରୀ ପ୍ରହରାଜ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ପୋଷଣ ମାସ ପାଳନର ପାଂଚଟି ମୁଖ୍ୟ ବିଷୟ ଉପରେ ଗୁରୁତ୍ୱାରୋପ କରିଥିଲେ। ସେଗୁଡ଼ିକ ମଧ୍ୟରେ ମାତୃ ଓ ଶିଶୁ ପୋଷଣ, ମସ୍ତିଷ୍କ ବିକାଶ ପାଇଁ ପ୍ରାରମ୍ଭିକ ଉତେଜନା (୦–୩ ବର୍ଷ), ପ୍ରାରମ୍ଭିକ ବୟସରେ ଖେଳାଧାରିତ ଶିକ୍ଷା (୩–୬ ବର୍ଷ), ଶିଶୁମାନଙ୍କର ସ୍କ୍ରିନ୍ ସମୟ ହ୍ରାସ କରିବାରେ ଅଭିଭାବକ ଓ ସମୁଦାୟର ଭୂମିକା ଏବଂ ଶକ୍ତିଶାଳୀ ଅଙ୍ଗନବାଡ଼ି କେନ୍ଦ୍ର ଗଠନରେ ସମୁଦାୟର ସହଯୋଗ। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା କହିଥିଲେ ଯେ, ଜିଲ୍ଲାର କୌଣସି ମା' କିମ୍ବା ଶିଶୁ ଯେପରି ପୋଷଣ ଅଭାବର ଶିକାର ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ସେ ପୋଷଣ ମାସର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ସମସ୍ତ ବିଭାଗ, କର୍ମଚାରୀ ଓ ସମୁଦାୟର ସହଯୋଗରେ ଏହାକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ।ଜିଲ୍ଲା ସମାଜ ମଙ୍ଗଳ ଅଧୂକାରିଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ସମ୍ବନ୍ଧୀୟ ସଚେତନତା ସୃଷ୍ଟି ନିମନ୍ତେ ପଦଯାତ୍ରା ଆୟୋଜନ କରାଯାଇଥିଲା । ଏଥିସହ ପୁଷ୍ଟିକର ଖାଦ୍ୟ, ଆଦ୍ୟଶୈଶବ ଯନ୍ତ୍ର ଓ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ଉପକରଣର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ଏହା ସହିତ ରକ୍ତହୀନତା ପରୀକ୍ଷା ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା ।ଏହି ଅବସରରେ ଚିତ୍ରାଙ୍କନ, ତର୍କ, ସାଧାରଣ ଜ୍ଞାନ ଓ ରଚନା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପ୍ରତାପ ଚନ୍ଦ୍ର ବେଉରା ପୁରସ୍କୃତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ପ୍ରକଳ୍ପ ଅଧୂକାରୀ, ସି.ଡି.ପି.ଓ., ଡି.ସି. ପୋଷଣ ସୁଚିତ୍ରା ନାୟକ, ଡି.ପି.ଏ. ପୋଷଣ ବି. ସନ୍ତୋଷଙ୍କ ସମେତ କଳ୍ପନା ପରିଡ଼ା, ଶୁଭସ୍ମିତା ବେହେରା, ଚନ୍ଦନ ହାଁସଦା, ସମିତା ମହାନ୍ତି, ଶଶୀ ଭୂଷଣ ନାୟକ, ଭାନୁମତୀ ମହାପାତ୍ର, ଶୁଭଲକ୍ଷ୍ମୀ ବଲବନ୍ଧରାୟ, ଶିବ ସ୍ୱୟଂ, ଏଆଜ ଖାଁ, ଗୋବିନ୍ଦ ପରିଡ଼ା, ଦୀପ୍ତି ରଞ୍ଜନ ମହାନ୍ତି, ସୁରଥ ଚନ୍ଦ୍ର ବିଶ୍ୱାଳ, ରାକେଶ କୁମାର ହରିଚନ୍ଦନ, ସୁପରଭାଇଜରମାନେ, ବି.ସି. ପୋଷଣ, ଅଙ୍ଗନବାଡ଼ି କର୍ମୀ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧୂମାନେ ସକ୍ରିୟ ଭାବେ ଯୋଗଦେଇଥିଲେ।ଶେଷରେ ଜିଲ୍ଲା ସୁରକ୍ଷା ଅଧିକାରୀ (ଘରୋଇହିଂସା) ଦେବକୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande