
ବଲାଙ୍ଗିର, ୦୬ ଅକ୍ଟୋବର (ହି.ସ.) - ମାଲପଡା ସ୍ଥିତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଖଦ୍ୟୋତ ତରଫରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଉକ୍ତ ଭେଟଘାଟରେ ଉପ-ସଭାପତି ଡ. ରବିଚନ୍ଦ୍ର ପଶାୟତ, ସଂପାଦକ ଆକୁଳ ବେହେରା ଓ ମୁଖ୍ୟ ଅତିଥି ଭାବରେ ପୂର୍ବତନ ପ୍ରଶାସନିକ ଅଧିକାରୀ ପଂଚାନନ ସେଠ ମଂଚାସିନ ଥିଲେ । ମାଁ ସମଲେଇ ଙ୍କ ଠାରେ ଦ୍ୱୀପ ପ୍ରଜ୍ଜଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲେ । ଶ୍ରୀ ସେଠ ତାଙ୍କ ଅଭିଭାଷଣ ରେ ଶିଶୁମାନଙ୍କ ମନର ଅଭିବୃଦ୍ଧି ପାଇଁ ବାହ୍ୟ କାର୍ଯ୍ୟ କାର୍ଯ୍ୟକ୍ରମରେ ଭାଗ ନେବା ଉଚିତ ବୋଲି କହିଥିଲେ । ସଭାପତି ଶ୍ରୀ ମିଶ୍ର କୋମଳମତି ଶିଶୁମାନେ ନିଜ ଭିତରେ ଥିବା ବିଶ୍ୱାସ କୁ ଦୃଢ କରିବା ଓ ଲୁକ୍କାୟତ ପ୍ରତିଭାକୁ ବାହାର କରିବା ଖଦ୍ୟୋତ ଅନୁଷ୍ଠାନ ଦିର୍ଘ ୮ ବର୍ଷ ଧରି ଚେଷ୍ଟା କରି ଆସୁଛି ବୋଲି ମତ ରଖିଥିଲେ। ଛୋଟ ପିଲାଙ୍କ ଦ୍ୱାରା ବିଭିନ୍ନ ସଂଗୀତ ଓ ନାଚ ପ୍ରଦର୍ଶନ କରାଯାଇଥିଲା । ପୂର୍ବରୁ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ସିନିୟର ବିଭାଗରେ ଅଭିପ୍ସା ସାହୁ ପ୍ରଥମ ଓ ଜୁନିୟର ବିଭାଗ ରେ ଇପସିତା କର୍ଣ୍ଣ ପ୍ରଥମ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିବ୍ୟାଂସି ମହାନ୍ତି, ହର୍ସିତା ସିଂ, ସ୍ମୃତି ପଟେଲ, ବର୍ଷାରାଣୀ ନାଏକ, ସ୍ୱିକୃତି ମିଶ୍ର, ସ୍ପନ୍ଦିତା ରଥ, ସାତ୍ୱିକ ରଥ, ଶିଭାନ୍ୟା ମିଶ୍ରଙ୍କୁ ମଧ୍ୟ ମାନପତ୍ର ଓ ପଦକ ଦିଆଯାଇଥିଲା । ସଂଗୀତ ରେ ନୈତିକ ନୟନ ଦାଶ, ମନ୍ନତ ସାହୁ, ସମର୍ପିତା ବାରିକ, ଦିୟାଂଶି ମହାନ୍ତି, ନାଚରେ ଶିବନ୍ୟା ମିଶ୍ର, ସ୍ପନ୍ଦିତା ରଥ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଅଭିଭାବକ ମାନଙ୍କ ମଧ୍ୟରେ ମଧୁସ୍ମିତା କର୍ଣ୍ଣ ଓ ଅଧ୍ୟାପିତା ନମ୍ରତା ପାଣିଗ୍ରାହୀ ଙ୍କୁ ମଧ୍ୟ ମାନପତ୍ର ଦିଆଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଆନନ୍ଦ ଚନ୍ଦ୍ର ବଡପଣ୍ଡା ସଂଯୋଜନା କରିଥିଲେ ଓ ଶ୍ରୀ ସିଂଦେଓ ସହଯୋଗ କରିଥିଲେ । ବରିଷ୍ଠ ସଦସ୍ୟ ଦିବାକର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ