
ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ଆସନ୍ତାକାଲି ୭ ଅକ୍ଟୋବର (ବୁଧବାର)ରେ ଐତିହାସିକ ମାଟି ଖୋର୍ଦ୍ଧାରେ ‘ବିକଶିତ ଭାରତ ସଂକଳ୍ପ ସଭା’ ତଥା ‘ସେବା ଜ୍ୟୋତି ଯାତ୍ରା’ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ।
ଜନକଲ୍ୟାଣ ଓ ରାଷ୍ଟ୍ରନିର୍ମାଣରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଅନନ୍ୟ ୨୫ ବର୍ଷର ସେବା ସମର୍ପଣ ଅବସରରେ ଏହି ମହାସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଭର୍ଚୁଆଲ୍ ମାର୍ଗଦର୍ଶନ କରିବେ । ‘ବିକଶିତ ଭାରତ ଆଟ୍୨୦୪୭’ର ଦୃଢ଼ ସଂକଳ୍ପ ଗ୍ରହଣ କରାଯିବ ଏବଂ ‘ସେବା ଜ୍ୟୋତି’ ପ୍ରଜ୍ୱଳନ ପୂର୍ବକ ପଦଯାତ୍ରାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।
ରାଷ୍ଟ୍ରହିତ ଓ ଜନସେବାର ଏହି ପବିତ୍ର ଯଜ୍ଞରେ ସମସ୍ତ ଜନପ୍ରତିନିଧି, କର୍ମଠ କାର୍ଯ୍ୟକର୍ତା ତଥା ଖୋର୍ଦ୍ଧାବାସୀଙ୍କୁ ବିପୁଳ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ଐତିହାସିକ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା