ଏସଏମଇ ଗ୍ରୋଥ ଫଣ୍ଡକୁ ଅନୁମୋଦନ ଏମଏସଏମଇ କ୍ଷେତ୍ର ପାଇଁ ବଡ଼ ପ୍ରୋତ୍ସାହନ: ମୁଖ୍ୟମନ୍ତ୍ରୀ ମାଝୀ
ଭୁବନେଶ୍ୱର, ୬ ଅକ୍ଟୋବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏମଏସଏମଇ କ୍ଷେତ୍ରକୁ ଆହୁରି ସଶକ୍ତ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଭୁବନେଶ୍ୱର, ୬ ଅକ୍ଟୋବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏମଏସଏମଇ କ୍ଷେତ୍ରକୁ ଆହୁରି ସଶକ୍ତ କରିବା ଦିଗରେ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ, କେନ୍ଦ୍ର କ୍ୟାବିନେଟ ପକ୍ଷରୁ ୧୦,୦୦୦ କୋଟି ଟଙ୍କାର ଏସଏମଇ ଗ୍ରୋଥ ଫଣ୍ଡକୁ ଅନୁମୋଦନ ଦିଆଯିବା ଦେଶର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ପାଇଁ ଏକ ବଡ଼ ପ୍ରୋତ୍ସାହନ ହେବ।

ସେ କହିଛନ୍ତି ଯେ, ଏହି ପଦକ୍ଷେପ ମାଧ୍ୟମରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ନିଜର ବ୍ୟବସାୟକୁ ବଡ଼ କରିବା, ଅତ୍ୟାଧୁନିକ ପ୍ରଯୁକ୍ତି ଆପଣାଇବା ଏବଂ ଜାତୀୟ ଓ ବିଶ୍ୱ ବଜାରରେ ନିଜର ବ୍ୟବସାୟିକ ପହଞ୍ଚ ବଢ଼ାଇବା ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ନିଷ୍ପତ୍ତି ଦେଶର ଉତ୍ପାଦନ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ଉଦ୍ୟୋଗୀତାକୁ ପ୍ରୋତ୍ସାହନ ଦେବ। ଏଥିସହ ନିଯୁକ୍ତି, ନବସୃଜନ ଓ ଆର୍ଥିକ ବିକାଶ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ।

ସେ ଆହୁରି କହିଛନ୍ତି ଯେ, ଏକ ସଶକ୍ତ ଏମଏସଏମଇ କ୍ଷେତ୍ର ଦେଶର ଅର୍ଥନୀତିକୁ ଅଧିକ ସଶକ୍ତ ଓ ପ୍ରତିଯୋଗିତାମୂଳକ କରିବାରେ ମୁଖ୍ୟ ଭୂମିକା ନେବ। କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ବିକାଶ ମାଧ୍ୟମରେ ଦେଶର ଶିଳ୍ପ ଓ ଉତ୍ପାଦନ କ୍ଷେତ୍ର ଆହୁରି ଗତିଶୀଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande