
କେନ୍ଦ୍ରାପଡା, ୬ ଅକ୍ଟୋବର (ହି.ସ.)- ମହାକାଳପଡା ବ୍ଲକ ଅନ୍ତର୍ଗତ ତିଖିରି ଗ୍ରାମ ପଂଚାୟତର ସରପଂଚ ଚାମେଲି ଓଝାଙ୍କ ପ୍ରତି ଅସାଦାଚରଣ ଘଟଣାର ତଦନ୍ତ କରୁଛି ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) । ଆଜି ଏହି କ୍ରମରେ ମହାକାଳପଡାରେ ପହଂଚିଛନ୍ତି ଏନଏଚଆରସି ର ୩ ଜଣିଆ ଟିମ୍ । ମହାକାଳପଡା ପୋଲିସ, ବିଡ଼ିଓ ଓ ବ୍ଲକ୍ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି ଟିମ୍ । ଟିମ୍ ଏ ସମ୍ପର୍କରେ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିବା ସହିତ ସେଦିନର ଘଟଣା ଉପରେ ତଦନ୍ତ ଚଳାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ