ଆଜି ଓଡ଼ିଶା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ : କୋରାପୁଟରେ ହାଲ୍ ର ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିବେ : ସୁନାବେଡ଼ାରେ ମେଗା ଇଭେଂଟରେ ସାମିଲ୍ ହେବେ
ଜୟପୁର, ୬ ଅକ୍ଟୋବର (ହି.ସ.)- ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଅପରାହ୍ନ ୨ଟା ସମୟରେ ସେ ବିଶାଖାପାଟଣାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି କୋରାପୁଟରେ ଥିବା ହିନ୍ଦୁସ୍ଥାନ ଏରୋନଟିକ ଲିମିଟେଡ(ହାଲ୍) ରେ ପହଂଚିବେ । ଏହି ଗସ୍ତ କାଳରେ ସେ ହାଲ୍ ର ଉ
ଆଜି ଓଡ଼ିଶା ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ : କୋରାପୁଟରେ ହାଲ୍ ର ଉତ୍ପାଦନ ୟୁନିଟ୍ ପରିଦର୍ଶନ କରିବେ : ସୁନାବେଡ଼ାରେ ମେଗା ଇଭେଂଟରେ ସାମିଲ୍ ହେବେ


ଜୟପୁର, ୬ ଅକ୍ଟୋବର (ହି.ସ.)- ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଅପରାହ୍ନ ୨ଟା ସମୟରେ ସେ ବିଶାଖାପାଟଣାରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି କୋରାପୁଟରେ ଥିବା ହିନ୍ଦୁସ୍ଥାନ ଏରୋନଟିକ ଲିମିଟେଡ(ହାଲ୍) ରେ ପହଂଚିବେ । ଏହି ଗସ୍ତ କାଳରେ ସେ ହାଲ୍ ର ଉତ୍ପାଦନ ୟୁନିଟ୍ କୁ ପରିଦର୍ଶନ କରିବେ । ଏହା ବ୍ୟତୀତ ସୁନାବେଡ଼ାରେ ଆୟୋଜିତ ଏକ ମେଗା ଇଭେଂଟରେ ସାମିଲ୍ ହେବେ । ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande