ଓଡିଶା ବନ୍ଦ ନେଇ କଂଗ୍ରେସ ପ୍ରସ୍ତୁତି, ଯୋଗଦେଲେନି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ
ଭଦ୍ରକ, ୬ ଅକ୍ଟୋବର (ହି.ସ.) - ଆସନ୍ତା ୮ତାରିଖ ଓଡିଶା ବନ୍ଦକୁ ସଫଳ କରିବା ନେଇ ଧାମରା ଠାରେ କଂଗ୍ରେସ ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଅମୀୟ କୁମାର ମହାପାତ୍ରଙ୍କ ଆବାହକତ୍ୱରେ ହୋଇଥିବା ବୈଠକରେ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ନିଷ୍ପ
ODISHA BANDH CONGRESS PRASTUTI


ଭଦ୍ରକ, ୬ ଅକ୍ଟୋବର (ହି.ସ.) - ଆସନ୍ତା ୮ତାରିଖ ଓଡିଶା ବନ୍ଦକୁ ସଫଳ କରିବା ନେଇ ଧାମରା ଠାରେ କଂଗ୍ରେସ ଦଳ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଅମୀୟ କୁମାର ମହାପାତ୍ରଙ୍କ ଆବାହକତ୍ୱରେ ହୋଇଥିବା ବୈଠକରେ ଓଡିଶା ବନ୍ଦକୁ ସଫଳ କରିବା ପାଇଁ ନିଷ୍ପତି ନିଆଯାଇଥିଲା।ଏଥିସହ ଏହି ବନ୍ଦ ଆହ୍ୱାନକୁ ସଫଳ କରିବା ପାଇଁ ପ୍ରଚାର ପ୍ରସାର କରି ସର୍ବସାଧାରଣ ଲୋକଙ୍କ ପାଖରେ ପହଂଚାଇବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା। ଏହି ବୈଠକରେ ସୁରେଶ ମାହୁନ୍ତ, ପ୍ରମୋଦ ନାୟକ,ସୋନୁ ଲେଙ୍କା, ତାରାକାନ୍ତ ସାମଲ, ଉମେଶ ମହାକୁଡ, ନରେନ୍ଦ୍ର ମାଇତି, ଦୁଃଖ ଜେନାଙ୍କ ସମେତ ଧାମରା, କଇଥଖୋଲା,କରଞ୍ଜମାଳ, କରଣପଲ୍ଲୀ, ପଂଚୁଟିକ୍ରି ,ଦୋସିଙ୍ଗା ପଂଚାୟତର କଂଗ୍ରେସକର୍ମୀ ମାନେ ଯୋଗ ଦେଇଥିଲେ। ମାତ୍ର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ ଏହି ବୈଠକରେ ଯୋଗ ଦେଇ ନଥିଲେ।ଫଳରେ ଗୋଟିଏ ଗୋଷ୍ଠୀର କିଛି ଦଳୀୟ ନେତା ଯୋଗ ଦେଇଥିବା ବେଳେ ଦିଗମ୍ବର ଦାସଙ୍କ ନେତୃତ୍ୱକୁ ସମର୍ଥନ କରୁଥିବା ଆଗ ଧାଡିର ନେତା ମାନେ ଏହି ବୈଠକରେ ଯୋଗ ଦେଇ ନଥିଲେ। ଆଗାମୀ ପଂଚାୟତ ନିର୍ବାଚନରେ କିଏ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ନେତୃତ୍ୱ ନେବ ତାହା ନେଇ ଟଣା ଓଟରା ଚାଲିଛି ବୋଲି ଚର୍ଚା ଚାଲିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande