




ସମ୍ବଲପୁର, ୦୬, ଅକ୍ଟୋବର (ହି.ସ.) - ଅକ୍ଟୋବର ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ପାଳନ ଅବସରରେ ସମ୍ବଲପୁରରେ ସ୍ୱତନ୍ତ୍ର ସେବା ଜ୍ୟୋତି କଳସ ଯାତ୍ରା କାର୍ଯ୍ୟକ୍ରମ ହେବାକୁ ଯାଉଛି। ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ପୂର୍ବାହ୍ନ ୯ ଟା ବେଳେ ଆରମ୍ଭ ହେବ। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ସକାଳ ସାଢ଼େ ୯ଟା ବେଳେ ଓ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାହ୍ନ ୧୦ ଟା ବେଳେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଜୀବନ ଓ ଜନସେବାର ସଫଳ ୨୫ ବର୍ଷ ପୂର୍ତି ଅବସରରେ ଆସନ୍ତା ଅକ୍ଟୋବର ୭ ତାରିଖ ଦିନ ଦେଶବ୍ୟାପୀ ‘ବିକଶିତ ଭାରତ ସଂକଳ୍ପ ସଭା ତଥା ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସେବା, ସମର୍ପଣ ଓ ସଂକଳ୍ପର ବାର୍ତାକୁ ଘରେ ଘରେ ପହଂଚାଇବା ପାଇଁ ସମ୍ବଲପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବାକୁ ଯାଉଛି ବୋଲି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେରଙ୍କ ଠାରୁ ପ୍ରକାଶ । ପୂର୍ବାହ୍ନ ୧୦ଟା ବେଳେ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶର ୭୫୦ଟି ଜିଲ୍ଲା ଏବଂ ରାଜ୍ୟ ମୁଖ୍ୟାଳୟରେ ଉପସ୍ଥିତ ସମବେତ ଜନତାଙ୍କୁ ସିଧାସଳଖ ସମ୍ବୋଧିତ କରିବେ ଏହି ଅବସରରେ ପ୍ରତ୍ୟେକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାହାରିବ ‘ସେବା ଜ୍ୟୋତି ଯାତ୍ରା’ । ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ 'ସେବା ଜ୍ୟୋତି ଛକ ଚିହ୍ନଟ କରାଯାଇ ‘ବିକଶିତ ଭାରତ ସଂକଳ୍ପ ପ୍ରତୀକାତ୍ମକ ସ୍ଥାପନା କରାଯିବ । ବିକଶିତ ଭାରତ ୨୦୪୭' ପାଇଁ ସାମୂହିକ ସଂକଳ୍ପ ଗ୍ରହଣ କରାଯିବା ସହ ସାମୂହିକ ବନ୍ଦେ ମାତରମ୍' ଗାନ କରାଯିବ । ମୋଦିଜୀ ଜଣେ ପ୍ରଜାସେବକ ଓ ଜନସେବକ ଭାବେ ସାର୍ବଜନୀନ ଜୀବନ ଓ ଶାସନରେ ୨୫ ବର୍ଷ ସଫଳତାର ସହ ପୁରଣ କରିବେ । ତେଣୁ ଦିନସାରା ଦେଶବ୍ୟାପୀ ‘ସେବା ଜ୍ୟୋତି ଯାତ୍ରା’ ଓ ‘ବିକଶିତ ଭାରତ ସଂକଳ୍ପ ସଭା’ ଆୟୋଜିତ ହେବାକୁ ଯାଉଛି । ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ ସଶକ୍ତୀକରଣ ସହ ଜଡିତ ଏହି ୨୫ ବର୍ଷର ନିରନ୍ତର ସେବା, ସୁଶାସନ, ଗରିବକଲ୍ୟାଣ ଓ ବିକାଶ ଗାଥାକୁ ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତି ପାଖରେ ପହଂଚାଇବା ମୋଦୀ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ରାମ ଚନ୍ଦ୍ର ମେହେର କହିଛନ୍ତି । ସମ୍ବଲପୁର ସରକାରୀ ମହିଳା ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ହେବାକୁ ଥିବା କାର୍ଯ୍ୟକ୍ରମ ସ୍ଥଳରୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜିଲ୍ଲା ସଭାପତି ଶ୍ରୀ ମେହେର । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଜନ୍ମଦିନ ଗତ ସେପ୍େଟମ୍ବର ୧୭ରୁ ଆରମ୍ଭ ହୋଇଥିବା ମାସ ବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଦେଶବ୍ୟାପୀ ସେବା ଜ୍ୟୋତି ଯାତ୍ରା କାର୍ଯ୍ୟକ୍ରମ ଅକ୍ଟୋବର ୭ ତାରିଖ ଦିନ ଆରମ୍ଭ ହେବ । ଓଡିଶାରେ ରାଜଧାନୀ ଭୁବନେଶ୍ୱର ସମେତ ସମସ୍ତ ୩୦ଟି ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରଭାରୀ ମନ୍ତ୍ରୀଙ୍କ ସହ ସ୍ଥାନୀୟ ଜନପ୍ରତିନିଧି ଏବଂ ଅତିଥିମାନେ ଯୋଗଦେବେ । ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ସେବା ଜ୍ୟୋତି ଛକ' ଚିହ୍ନଟ କରାଯାଇ ‘ବିକଶିତ ଭାରତ ସଂକଳ୍ପ ପ୍ରତୀକାତ୍ମକ ସ୍ଥାପନା କରାଯିବ । ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକ, ଗ୍ରାମ, ୱାର୍ଡ ଓ ମଣ୍ଡଳରୁ ସେବା ଜ୍ୟୋତି ଯାତ୍ରା' ବାହାରି ସେବା ଜ୍ୟୋତି ଛକଠାରେ ଏକତ୍ରିତ ହେବ। ବିକଶିତ ଭାରତ ୨୦୪୭' ପାଇଁ ସାମୂହିକ ସଂକଳ୍ପ ଗ୍ରହଣ କରାଯିବା ସହ ସାମୂହିକ ବନ୍ଦେ ମାତରମ୍' ଗାନ କରାଯିବ । ସେବା, ସମର୍ପଣ ଓ ସଂକଳ୍ପର ଏହି ଅଭିଯାନକୁ ଘରେ ଘରେ ପହଂଚାଇବା ସଂକଳ୍ପ ନେବା ଏବଂ ୨୦୪୭ ସୁଦ୍ଧା ଭାରତକୁ ଏକ ସମୃଦ୍ଧ ଓ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମାଜର ସବୁ ବର୍ଗର ଲୋକଙ୍କୁ ବିକଶିତ ଭାରତର ଏହି ମହାଯଜ୍ଞରେ ଆମେ ସମସ୍ତେ ନିଜ ନିଜର ଯୋଗଦାନ ଦେବାକୁ ଜିଲ୍ଲା ସଭାପତି ଶ୍ରୀ ମେହେର ଆହ୍ୱାନ ଜଣାଇଛନ୍ତି । କାର୍ଯ୍ୟକ୍ରମ ପ୍ରସ୍ତୁତି ସ୍ଥଳରେ ସାମ୍ବାଦିକ ଙ୍କୁ ସୂଚନା ଦେବା ସମୟରେ ପୂର୍ବତନ ରେଙ୍ଗାଲି ବିଧାୟକ ନାଉରି ନାଏକ, ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି, ଜିଲ୍ଲା ସାଧାରଣ ସମ୍ପାଦକ ସମୀର ରଞ୍ଜନ ବାବୁ, ଜିଲ୍ଲା ଅଳ୍ପ ସଂଖ୍ୟକ ମୋର୍ଚ୍ଚା ସଭାପତି ଗୁରଦୀପ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ