୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ
ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କ ଗୋଷ୍ଠୀଭିତ୍ତିକ ସଂଗଠନଗୁଡ଼ିକୁ ଆର୍ôଥକ ଭାବେ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ଏହି ଅବସରରେ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନ ଠାରେ ଉପମୁଖ୍ୟମ
DCM


ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସେମାନଙ୍କ ଗୋଷ୍ଠୀଭିତ୍ତିକ ସଂଗଠନଗୁଡ଼ିକୁ ଆର୍ôଥକ ଭାବେ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆର୍ôଥକ ସହାୟତା ପ୍ରଦାନ କରାଯାଇଛି। ଏହି ଅବସରରେ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନ ଠାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ କରକମଳରେ ୧,୭୯,୮୦୯ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି।

ଏହି କ୍ରମରେ ବିଭିନ୍ନ ଆର୍ôଥକ ସହାୟତା ଯୋଜନା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀଏବଂ ସେମାନଙ୍କ ସଂଘଗୁଡ଼ିକର କ୍ଷମତା ବୃଦ୍ଧି କରାଯାଉଛି। ଏହି ପଦକ୍ଷେପଗୁଡ଼ିକ ମହିଳାମାନଙ୍କ ପାଇଁ ନୂତନ ଜୀବିକା ସୁଯୋଗ ସୃଷ୍ଟି କରିବା ସହ ସେମାନଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗଗୁଡ଼ିକୁ ଅଧିକ ସକ୍ଷମ ଓ ସୁଦୃଢ଼ କରିବାରେ ସହାୟକ ହେବ। ଏହାଦ୍ୱାରା ରାଜ୍ୟରେ ଅଧିକରୁ ଅଧିକ ଲକ୍ଷପତି ଦିଦି' ସୃଷ୍ଟି ହୋଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମତ ପ୍ରକାଶ କରିଛନ୍ତି। ଏଥିସହିତ, ଓଡ଼ିଶାର ସମାଜ ଓ ଅର୍ଥନୀତିର ବିକାଶରେ ନାରୀଶକ୍ତି ଆଗାମୀ ଦିନରେ ନେତୃତ୍ୱ ନେବେ ବୋଲି ସେ ଦୃଢ଼ ଆଶା ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟଯେ, ଚଳିତ ୨୦୨୬-୨୭ ଆର୍ôଥକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସୁଧ ଫେରସ୍ତ ପାଇଁ ୫୭୫ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି। ଏହା ପୂର୍ବରୁ ଚଳିତ ଆର୍ôଥକ ବର୍ଷରେ ଗତ ୨୪ ଜୁନ୍ ୨୦୨୬ରେ ୨,୮୮,୧୯୮ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୪୭.୭୭ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଥିଲା। ଚଳିତ ଆର୍ôଥକ ବର୍ଷରେ ଏହି ଦୁଇଟି ପର୍ଯ୍ୟାୟରେ ବର୍ତ୍ତମାନ ସୁଦ୍ଧା ମୋଟ ୨୪୭.୦୩ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି। ସେହିପରି, ୨୦୨୬-୨୭ ଆର୍ôଥକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବ୍ୟାଙ୍କ ଋଣ ଯୋଗାଣର ଲକ୍ଷ୍ୟ ୨୦,୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଋଣ ସୁବିଧା ସହ ସୁଧ ଫେରସ୍ତ ଏବଂ ବିଭିନ୍ନ ସମୁଦାୟ ପାଣ୍ଠିର ଉପଲବ୍ଧତା ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ଜୀବିକା ଓ ଉଦ୍ୟୋଗ କ୍ଷେତ୍ରରେ ଆର୍ôଥକ ସମ୍ବଳ ଯୋଗାଇବା ଏହି ପଦକ୍ଷେପର ଲକ୍ଷ୍ୟ।

କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ଲକ୍ଷପତି ଦିଦି' ଯୋଜନାର ଅଧିକ ପ୍ରୋତ୍ସାହନ ଓ ବ୍ୟାପକ ପ୍ରସାର ପାଇଁ କଲେକ୍ଟିଭ୍ ଫର୍ ଇଂଟିଗ୍ରେଟେଡ୍ ଲାଇଭଲିହୁଡ୍ ଇନିସିଏଟିଭ୍ସ' ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି; ଏହାସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ମଧ୍ୟରେ ପରିବେଶ-ଅନୁକୂଳ ସବୁଜ ଉଦ୍ୟୋଗିତା ର ପ୍ରସାର ଓ ଅକ୍ଷୟ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା' (ଓରେଡା) ସହିତ ଅନ୍ୟ ଏକ ସହଯୋଗୀ ବୁଝାମଣା ପତ୍ର ସ୍ୱାକ୍ଷର କରାଯାଇଛି, ଯାହା ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ସ୍ଥାୟୀ ଜୀବିକା ନିର୍ବାହ କରିବା ସହ ସମାଜରେ ଏକ ସମୃଦ୍ଧ ସ୍ଥାନ ଗ୍ରହଣ କରିବାରେ ବ୍ୟାପକ ସହାୟତା ପ୍ରଦାନ କରିବ।

ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ, ନିର୍ଦ୍ଦେଶିକା ଡଃ ମୋନିକା ପ୍ରିୟଦର୍ଶିନୀ, କନଭେନର, ଏସଏଲବିସି ଓଡ଼ିଶାଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ, ବ୍ୟାଙ୍କ ଓ ସହଯୋଗୀ ସଂସ୍ଥା, ଓରେଡାଏବଂ ସିଆଇଏନଆଇର ପ୍ରତିନିଧିମାନେ ତଥା ସମସ୍ତ ଜିଲ୍ଲାର ଅଧିକାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ଆଭାଷୀ ମାଧ୍ୟମରେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande