
ସମ୍ବଲପୁର, ୦୬, ଅକ୍ଟୋବର (ହି.ସ.) ଚଳିତ ଦଶହରା ଶାରଦୀୟ ପୂଜା ଉତ୍ସବ ଅବସରରେ ସମ୍ବଲପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ଓ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି । ସମ୍ବଲପୁର ସହର ଭଳି ସମଗ୍ର ବୁର୍ଲା ସହରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ଗଳିକନ୍ଦି, ପ୍ରମୁଖ ଛକ ସ୍ଥାନ ଗୁଡିକରେ ପୋଲିସ ପ୍ରଶାସନ ପକ୍ଷରୁ ସିସିଟିଭି କ୍ୟାମେରା ଲଗାଯାଇ ଚଳାଚଳ କରୁଥିବା ପ୍ରତ୍ୟେକ ଯାନବାହାନ ଓ ବ୍ୟକ୍ତି ବିଶେଷଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି । ପ୍ରାୟ ୬୦ ରୁ ଊର୍ଦ୍ଧ୍ୱ ସିସିଟିଭି କ୍ୟାମେରା ଲଗାଯାଇଛି। ଶାରଦୀୟ ପୂଜା ଉତ୍ସବ ସମୟରେ ବୁର୍ଲା ସହରର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଏସଡିପିଓ ବାଲେଶ୍ୱର ଗିଦ୍ଧ୍ ସୁଚନା ଦେଇ କହିଛନ୍ତି ସହରର ପ୍ରବେଶ ପଥ, ପ୍ରସ୍ଥାନ ପଥ ସମେତ ସହରର ସମସ୍ତ ସମ୍ବେଦନଶୀଳ ଅଂଚଳ ଗୁଡିକ ଉପରେ ସିସିଟିଭି କ୍ୟାମେରା ଦ୍ୱାରା ପୋଲିସ ତୀକ୍ଷ୍ଣ ନଜର ରଖିଛି । ପୂଜା ପାର୍ବଣ ସମୟରେ ଯେପରି କୌଣସି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଓ ସଜାଗ ରହିଛି ।
--------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ