ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ପକ୍ଷରୁ ଶ୍ରୀ ଜଗନ୍ନାଥ ଚେତନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ଶ୍ରୀ ଜଗନ୍ନାଥ ଚେତନାର ବିଭିନ୍ନ ଦିଗ ଉପରେ ଗବେଷଣା, ଦଲିଲୀକରଣ ଓ ନୂତନ ତଥ୍ୟ ତଥା ସୂଚନାକୁ ପ୍ରୋତ୍ସାହନ ଦେଇ ଗବେଷକ, ଲେଖକ ଓ ଯୁବପିଢ଼ିଙ୍କୁ ଗୋଟିଏ ମଂଚରେ ଏକତ୍ରିତ କରାଯାଇପାରିଲେ ଓଡ଼ିଆ ଚେତନାକୁ ବିଶ୍ୱସ୍ତରରେ ଗୁରୁତ୍ୱ ମିଳିବ ବୋଲି ମତ ପ୍ରକାଶ ପାଇଛି । ଓଡ଼ି
ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ପକ୍ଷରୁ ଶ୍ରୀ ଜଗନ୍ନାଥ ଚେତନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ


ଭୁବନେଶ୍ୱର, ୦୬ ଅକ୍ଟୋବର (ହି.ସ) - ଶ୍ରୀ ଜଗନ୍ନାଥ ଚେତନାର ବିଭିନ୍ନ ଦିଗ ଉପରେ ଗବେଷଣା, ଦଲିଲୀକରଣ ଓ ନୂତନ ତଥ୍ୟ ତଥା ସୂଚନାକୁ ପ୍ରୋତ୍ସାହନ ଦେଇ ଗବେଷକ, ଲେଖକ ଓ ଯୁବପିଢ଼ିଙ୍କୁ ଗୋଟିଏ ମଂଚରେ ଏକତ୍ରିତ କରାଯାଇପାରିଲେ ଓଡ଼ିଆ ଚେତନାକୁ ବିଶ୍ୱସ୍ତରରେ ଗୁରୁତ୍ୱ ମିଳିବ ବୋଲି ମତ ପ୍ରକାଶ ପାଇଛି । ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ଆନୁକୂଲ୍ୟରେ ଗତକାଲି ଅନୁଷ୍ଠିତ ଶ୍ରୀଜଗନ୍ନାଥ ଚେତନା ସମ୍ପର୍କିତ କର୍ମଶାଳାରେ ଅତିଥିମାନେ ଶ୍ରୀଜଗନ୍ନାଥ ଚେତନାର ବ୍ୟାପକ ପ୍ରଚାର ଓ ପ୍ରସାର ନିମନ୍ତେ ମତ ବ୍ୟକ୍ତ କରିଛନ୍ତି । କର୍ମଶାଳାର ଉଦ୍ଯା ପନ ଅଧିବେଶନରେ ପୌରୋହିତ୍ୟ କରି ଓଡ଼ିଆ ଭର୍ଚୁଆଲ୍ ଏକାଡେମୀର ସଚିବ ତଥା ‘ଓକାକ୍’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ପ୍ରଦୀପ କୁମାର ରାଉତ କହିଛନ୍ତି ଯେ, ସଂପ୍ରତି ଦ୍ରୁତ ପରିବର୍ତନଶୀଳ ଡିଜିଟାଲ୍ ଯୁଗରେ ଯୁବପିଢ଼ିଙ୍କୁ ଆମର ଐତିହ୍ୟ ଓ ସଂସ୍କୃତି ପ୍ରତି ଆଗ୍ରହୀ କରିବା ଏବଂ ଏଥିପାଇଁ ଭର୍ଚୁଆଲ୍ ଏକାଡେମୀର ଡିଜିଟାଲ୍ ପ୍ଲାର୍ଟଫର୍ମକୁ ସମୃଦ୍ଧ କରିବା ପାଇଁ ଏହି କର୍ମଶାଳା ସହାୟକ ହେବ । ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ କର୍ମଶାଳାର ଆବାହକ ଡା.କୃଷ୍ଣକେଶବ ଷଡ଼ଙ୍ଗୀ ଓ ସଂଯୋଜକ ଡ. ଭୁବନାନନ୍ଦ ଅଧିକାରୀ ।

କର୍ମଶାଳାର ଦୁଇଟି ଅଧିବେଶନରେ ଶ୍ରୀଜଗନ୍ନାଥ ତତ୍ୱର କ୍ରମ ବିକାଶ, ନବ କଳେବର, ଶ୍ରୀଜୀଉମାନଙ୍କ ବେଶ, ମହାପ୍ରସାଦ, ରଥନିର୍ମାଣ ଓ ପ୍ରତିଷ୍ଠାବିଧି, ଶ୍ରୀଜୀଉଙ୍କ ଯାନିଯାତ୍ରା, ଶ୍ରୀଜଗନ୍ନାଥ ମନ୍ଦିରର ଇତିହାସ, କଳା ଓ ଭାସ୍କର୍ଯ୍ୟ, ନୀତିକାନ୍ତି, ସେବକ ପରମ୍ପରା, ବିଶ୍ୱବ୍ୟାପୀ ଶ୍ରୀଜଗନ୍ନାଥ, ଓଡ଼ିଆ ତଥା ସଂସ୍କୃତ ସାହିତ୍ୟରେ ଶ୍ରୀଜଗନ୍ନାଥ, ମଠ ସଂସ୍କୃତି, ନୃତ୍ୟ-ସଙ୍ଗୀତ ପରମ୍ପରାରେ ଶ୍ରୀଜଗନ୍ନାଥ, ବିବିଧ କଳା ଓ ଶିଳ୍ପରେ ଶ୍ରୀଜଗନ୍ନାଥ, ବିବିଧ ମତବାଦ ଓ ଶ୍ରୀଜଗନ୍ନାଥ ଏବଂ ଶ୍ରୀକ୍ଷେତ୍ର ମହାତ୍ମ୍ୟ ଇତ୍ୟାଦି ପ୍ରସଙ୍ଗ ଉପରେ ବିଦ୍ୱାନମାନେ ବକ୍ତବ୍ୟ ରଖିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande