
ମହାକାଳପଡା, ୦୬ ଅକ୍ଟୋବର (ହି.ସ.) - ସରପଂଚ ଚାମେଲି ଓଝାଙ୍କ ପ୍ରତି ଅସଦାଚାରଣ ଘଟଣାର ତଦନ୍ତ କରୁଛି ଟିମ ମହାକାଳପଡା ଥାନାରେ ପହଁଚି ତଦନ୍ତ ଆରମ୍ଭ । ମହାକାଳପଡ଼ା ବିଡିଓ ରବି ନାରାୟଣ ଆଚାର୍ଯ୍ୟ, ତତ୍କାଳୀନ ଥାନା ଅଧିକାରୀ ମାନସ ମଲ୍ଲିକ ଉପସ୍ଥିତ ଆଜି ଚାମେଲି ଓଝା ଙ୍କୁ ଭେଟିବେ ଏନଏଚଆରସି ଟିମ । କେନ୍ଦ୍ରାପଡା ଜିଲ୍ଲା ତିଖିରି ପଂଚାୟତର ସରପଂଚ ଚାମେଲି ଓଝାଙ୍କୁ ମହାକାଳପଡା ବ୍ଲକ୍ କାର୍ଯ୍ୟାଳୟରେ ମାଡପିଟ୍ ଓ ଦୁର୍ବ୍ୟବହାର ଘଟଣାରେ ତଦନ୍ତ କରୁଛି ଜାତୀୟ ମାନବାଧିକାର କମିଶନ । ଆଜି କମିଶନର ୩ ଜଣିଆ ପ୍ରତିନିଧିଦଳ ମହାକାଳପଡ଼ା ରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରଥମେ ମହାକାଳପଡ଼ା ଥାନା , ପରେ ବ୍ଲକ୍ କାର୍ଯ୍ୟାଳୟ ଓ ଚାମେଲି ଓଝାଙ୍କ ଘରେ ପହଁଚି ତଦନ୍ତ ତଦନ୍ତ ଯାରିରଖିଛନ୍ତି ଟିମ୍ । ୧ - କେନ୍ଦ୍ରାପଡା ଜିଲ୍ଲା ତିଖିରି ପଂଚାୟତର ବିବାଦୀୟ ସରପଂଚ ଚାମେଲି ଓଝାଙ୍କୁ ମହାକାଳପଡା ବ୍ଲକ କାର୍ଯ୍ୟାଳୟରେ ହୋଇଥିବା ମାଡପିଟ୍ ଓ ଦୁର୍ବ୍ୟବହାର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ଆଜି କମିଶନଙ୍କ ୩ ଜଣିଆ ସଦସ୍ୟ ମହାକାଳପଡ଼ା ଥାନା ଓ ବ୍ଲକ୍ କାର୍ଯ୍ୟାଳୟ ପହଂଚି ତଦନ୍ତ କରିଥିଲେ । ପରେ ସରପଂଚ ଚାମେଲି ଓଝାଙ୍କ ଘରେ ପହଁଚି ଘଟଣା ବିଷୟରେ ତାମେଲିଙ୍କୁ ଘଟଣା ବିଷୟରେ ପଚରା ଉଚରା କରିବାସହିତ ତଦନ୍ତ କହିଛନ୍ତି। ବ୍ଲକ୍ କାର୍ଯ୍ୟାଳୟ ଭିତରେ ଚାମେଲିଙ୍କ ପ୍ରତି ଦୁର୍ବ୍ୟବହାର ଓ ମାଡପିଟ ଅଭିଯୋଗ ହୋଇଥିଲା । ଏନଏଚଆରସି ର ତିନିଜଣିଆ ଟିମ ଆଜି ଚାମେଲିଙ୍କୁ ଭେଟି ଆଲୋଚନା କରିଥିଲେ । ତେବେ ପ୍ରଥମେ କମିଶନର ସଦସ୍ୟ ମାନେ ମହାକାଳପଡ଼ା ଥାନାରେ ପହଂଚିଥିଲେ । ସେଠାରେ ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ ଓ ତତ୍କାଳୀନ ମହାକାଳପଡ଼ା ଥାନା ଅଧିକାରୀ ମାନସ ମଲ୍ଲିକ ଓ ମହାକାଳପଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କୁ ପ୍ରାୟ ୪ ଘଂଟା ଧରି ପଚରାଉଚରା କରାଯାଇଥିଲା । ଘଟଣା ଦିନ ବିଡିଓ ଙ୍କ ଚାମ୍ବର ଭିତରେ ଚାମେଲିଙ୍କ ସହିତ କଣ ଘଟିଥିଲା କେଉଁମାନେ ଦୁର୍ବ୍ୟବହାର କରିଥିଲେ ସେ ନେଇ ନାନା ପ୍ରଶ୍ନ ପଚରା ଯାଇଥିଲା । ଚାମେଲିଙ୍କ ନାମରେ ମାମଲା ରୁଜୁ ହେବା ଏବଂ ତାଙ୍କ ଗିରଫଦାରୀ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରାଯାଇଥିଲା। ମହାକାଳପଡ଼ା ଥାନାର ତତ୍କାଳୀନ ଅଧିକାରୀ ମାନସ ମଲ୍ଲିକ ଙ୍କୁ ମଧ୍ୟ ମାମଲା ସମ୍ପର୍କରେ ପଚରାଉଚରା କରାଯାଇଥିଲା । ତଦନ୍ତ ସମୟରେ କେନ୍ଦ୍ରାପଡା ଏସଡିପିଓ ଜ୍ୟୋତି ରଞ୍ଜନ ଗୌଡ ଉପସ୍ଥିତ - ସରପଂଚ ଚାମେଲି ଓଝାଙ୍କୁ ମହାକାଳପଡା ବ୍ଲକ କାର୍ଯ୍ୟାଳୟରେ ହୋଇଥିବା ମାଡପାଟ୍ ଓ ଦୁର୍ବ୍ୟବହାର ଘଟଣାର ୫ ମାସପରେ ଜାତୀୟ ମାନବାଧିକାର କମିସନ ତନାଘନା କରିବା ସହିତ ତଦନ୍ତ ଆରମ୍ଭ କରିବା ଘଟଣା ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
------------------
ହିନ୍ଦୁସ୍ଥାନ ସମାଚାର / ରବି