
ଭୁବନେଶ୍ୱର, ୬ ଅକ୍ଟୋବର (ହି.ସ.)। ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ଭାବେ ନିଯୁକ୍ତି ମିଳିଥିବାରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କ ଦୀର୍ଘ ଓ ଗୌରବମୟ ସେବା, ଅପରେସନାଲ ଅଭିଜ୍ଞତା ଏବଂ ଦକ୍ଷ ନେତୃତ୍ୱ ଭାରତୀୟ ବାୟୁସେନାକୁ ଆହୁରି ସୁଦୃଢ଼ କରିବ। ଦେଶ ଓ ଆକାଶସୀମାର ସୁରକ୍ଷା ପ୍ରତି ଭାରତୀୟ ବାୟୁସେନାର ଅଟଳ ପ୍ରତିବଦ୍ଧତାକୁ ତାଙ୍କ ନେତୃତ୍ୱ ଆହୁରି ମଜବୁତ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଏୟାର ମାର୍ଶାଲ ଦୀକ୍ଷିତଙ୍କ କାର୍ଯ୍ୟକାଳ ସଫଳ ଓ ଗୌରବମୟ ହେଉ ବୋଲି ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ