
ମୁଖୀଗୁଡା, ୬ ଅକ୍ଟୋବର (ହି.ସ.)- ଆଜି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କୁମଜୋର ଗାଁରେ ଚାଲିଥିବା ଦେଶୀ ମଦ କାରବାର ବନ୍ଦ କରିବା ପାଇଁ ମହିଳାମାନେ ଜୟପାଟଣା ଥାନା ଅଧିକାରୀଙ୍କୁ ଜଣାଇଛନ୍ତି । କୁମଜୋର ଗାଁର ମହିଳାମାନେ ଏକାଠି ହୋଇ ମଦ କୋଠି ବନ୍ଦ କରିବାକୁ ଉଦ୍ୟମ କରିଛନ୍ତି ।
ମହିଳାଙ୍କ ଅଭିଯୋଗ ଅନୁସାରେ, ଗାଁରେ ଦେଶୀ ମଦ ବିକ୍ରି ଯୋଗୁଁ ପରିବାରରେ ଅଶାନ୍ତି ଓ ଘରୋଇ ହିଂସା ବଢ଼ୁଛି। ଏହାର ପ୍ରଭାବ ଯୁବପିଢ଼ି ଓ ଛୋଟ ପିଲାଙ୍କ ଉପରେ ମଧ୍ୟ ପଡ଼ୁଛି । ତେଣୁ ଗାଁରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବା ଦିଗରେ ପୋଲିସ ଓ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ନିହାର