
ଜୟପୁର, ୦୬ ଅକ୍ଟୋବର (ହି.ସ.) - ପୂର୍ବ ତଟ ରେଳପଥର ରାୟଗଡ଼ା ଡିଭିଜନ୍ ଅନ୍ତର୍ଗତ ମାଲିଗୁଡ଼ା ଏବଂ ଛତରିପୁଟ ଷ୍ଟେସନ୍ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏବଂ ପ୍ରଭାବିତ ଅଂଚଳରେ ମରାମତି କାର୍ଯ୍ୟ ସୁଗମ କରିବା ପାଇଁ କିଛି ଟ୍ରେନ୍ ବାତିଲ କରାଯାଇଥିବା ବେଳେ ଅନ୍ୟ କିଛି ଟ୍ରେନ୍ର ଯାତ୍ରାପଥ ସଂକ୍ଷିପ୍ତ କରାଯାଇଛି।
ବାତିଲ ହୋଇଥିବା ଟ୍ରେନ୍ ନଂ ୧୮୧୦୮ ଜଗଦଲପୁର-ରାଉରକେଲା ଏକ୍ସପ୍ରେସ୍ ୯ ରୁ ୧୩ ଅକ୍ଟୋବର, ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।
ନିମ୍ନଲିଖିତ ଟ୍ରେନଗୁଡ଼ିକ ୮ ରୁ ୧୨ ଅକ୍ଟୋବର, ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ ବୋଲି ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଟ୍ରେନ୍ ନଂ ୧୮୫୧୫ ବିଶାଖାପାଟଣା-କିରଣ୍ଡୁଲ୍ ଏକ୍ସପ୍ରେସ୍େଟ୍ରନ୍ ନଂ ୧୮୫୧୬ କିରଣ୍ଡୁଲ୍-ବିଶାଖାପାଟଣା ଏକ୍ସପ୍ରେସ୍ ଟ୍ରେନ୍ ନଂ ୧୮୧୦୭ ରାଉରକେଲା-ଜଗଦଲପୁର ଏକ୍ସପ୍ରେସ୍ ଟ୍ରେନ ବୋଲି ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
ଯାତ୍ରାପଥ ସଂକ୍ଷିପ୍ତ କରାଯାଇଥିବା ଟ୍ରେନ୍ ମଧ୍ୟ୍ୟରେ ଟ୍ରେନ୍ ନଂ ୧୮୦୦୫ ହାୱଡ଼ା-ଜଗଦଲପୁର ଏକ୍ସପ୍ରେସ୍, ଯାହା ୮ ରୁ ୧୨ ଅକ୍ଟୋବର, ୨୦୨୬ ମଧ୍ୟରେ ହାୱଡ଼ାରୁ ଯାତ୍ରା ଆରମ୍ଭ କରିବ, ତାହା କୋରାପୁଟ ଷ୍ଟେସନ୍ରେ ଯାତ୍ରା ଶେଷ କରିବ ବୋଲି ସୂଚନା ଦିଆଯାଇଛି । କୋରାପୁଟ ଏବଂ ଜଗଦଲପୁର ମଧ୍ୟରେ ଏହି ଟ୍ରେନ୍ ସେବା ବାତିଲ ରହିବ।
ଟ୍ରେନ୍ ନଂ ୧୮୦୦୬ ଜଗଦଲପୁର-ହାୱଡ଼ା ଏକ୍ସପ୍ରେସ୍, ଯାହା ୧୦ ରୁ ୧୪ ଅକ୍ଟୋବର, ୨୦୨୬ ମଧ୍ୟରେ ଜଗଦଲପୁରରୁ ଯାତ୍ରା ଆରମ୍ଭ କରିବାକୁ ଥିଲା, ତାହା କୋରାପୁଟରୁ ଯାତ୍ରା ଆରମ୍ଭ କରିବ । ଜଗଦଲପୁର ଏବଂ କୋରାପୁଟ ମଧ୍ୟରେ ଏହି ଟ୍ରେନ୍ ସେବା ବାତିଲ ରହିବ।
ଟ୍ରେନ୍ ନଂ ୧୮୪୪୭ ଭୁବନେଶ୍ୱର-ଜଗଦଲପୁର-ହିରାଖଣ୍ଡ ଏକ୍ସପ୍ରେସ୍, ଯାହା ୮ ରୁ ୧୨ ଅକ୍ଟୋବର, ୨୦୨୬ ମଧ୍ୟରେ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରିବ, ତାହା କୋରାପୁଟ ଷ୍ଟେସନ୍ରେ ଯାତ୍ରା ଶେଷ କରିବ। କୋରାପୁଟ ଏବଂ ଜଗଦଲପୁର ମଧ୍ୟରେ ଟ୍ରେନ୍ ସେବା ବାତିଲ ରହିବ ବୋଲି ସୂଚନା ଦିଆଯାଇଛି ।
୯ ରୁ ୧୩ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଜଗଦଲପୁରରୁ ଯାତ୍ରା ଆରମ୍ଭ କରିବାକୁ ଥିବା ଟ୍ରେନ୍ ନଂ ୧୮୪୪୮ ଜଗଦଲପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ୍, କୋରାପୁଟରୁ ନିଜର ଯାତ୍ରା ଆରମ୍ଭ କରିବ ଅର୍ଥାତ୍ ଜଗଦଲପୁର ପରିବର୍ତେ କୋରାପୁଟରୁ ଛାଡ଼ିବ ବୋଲି ସୂଚନା ଦିଆଯାଇଛି । ଜଗଦଲପୁର ଏବଂ କୋରାପୁଟ ମଧ୍ୟରେ ଏହି ଟ୍ରେନ୍ ସେବା ବାତିଲ ରହିବ।
୮ ରୁ ୧୨ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ବିଶାଖାପାଟଣାରୁ ଯାତ୍ରା ଆରମ୍ଭ କରିବାକୁ ଥିବା ଟ୍ରେନ୍ ନଂ ୫୮୫୦୧ ବିଶାଖାପାଟଣା-କିରନ୍ଦୁଲ ପାସେଞ୍ଜର ଟ୍ରେନ୍, କୋରାପୁଟ ଷ୍ଟେସନରେ ହିଁ ନିଜର ଯାତ୍ରା ଶେଷ କରିବ। କୋରାପୁଟ ଏବଂ ଜଗଦଲପୁର ମଧ୍ୟରେ ଏହି ଟ୍ରେନ୍ ସେବା ବାତିଲ ରହିବ।
୮ ରୁ ୧୨ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ କିରନ୍ଦୁଲରୁ ଯାତ୍ରା ଆରମ୍ଭ କରିବାକୁ ଥିବା ଟ୍ରେନ୍ ନଂ ୫୮୫୦୨କିରନ୍ଦୁଲ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍, କୋରାପୁଟରୁ ନିଜର ଯାତ୍ରା ଆରମ୍ଭ କରିବ। ଜଗଦଲପୁର ଏବଂ କୋରାପୁଟ ମଧ୍ୟରେ ଏହି ଟ୍ରେନ୍ ସେବା ବାତିଲ ରହିବ।
ଯାତ୍ରୀମାନଙ୍କୁ ରେଳ ବିଭାଗ ତରଫରୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନିଜ ନିଜ ଟ୍ରେନର ସ୍ଥିତି ଯାଂଚ କରିବାକୁ କୁହାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି