
କେନ୍ଦ୍ରାପଡ଼ା, ୯ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ନୂତନ ଛାତ୍ର ପ୍ୟାନେଲ୍ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ, ଶିକ୍ଷା, କ୍ରୀଡ଼ା, ସାଂସ୍କୃତିକ ବିକାଶ ଓ ମହାବିଦ୍ୟାଳୟର ସାମଗ୍ରିକ ଉନ୍ନତିକୁ ପ୍ରାଥମିକତା ଦେଇ ପ୍ୟାନେଲ୍ ର ସଦସ୍ୟମାନେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।
ପ୍ୟାନେଲ୍ ର ସଭାପତି ଭାବେ ତୁଳସୀ ମଲ୍ଲିକ, ସାଧାରଣ ସଚିବ ଭାବେ ଅଭିଷେକ ସ୍ୱାଇଁ, ସହକାରୀ ସାଧାରଣ ସଚିବ ଭାବେ ଅଭିନାଶ ନାଥ, କ୍ରୀଡ଼ା ସଚିବ ଭାବେ ପ୍ରିୟଙ୍କା ପ୍ରିୟଦର୍ଶିନୀ ମଲ୍ଲିକ, ନାଟ୍ୟ ସଚିବ ଭାବେ ସୋମନାଥ ନାୟକ ଏବଂ କଳା ସମିତି ସଚିବ ଭାବେ ସୌମ୍ୟ ପ୍ରକାଶ ପ୍ରାର୍ଥୀ ରହିଛନ୍ତି। ଏବିଭିପି ପ୍ୟାନେଲ୍ ର ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଗୁରୁତ୍ୱର ସହ ଉପସ୍ଥାପନ କରିବା ସହିତ ମହାବିଦ୍ୟାଳୟରେ ଏକ ସୁସ୍ଥ, ସକାରାତ୍ମକ ଓ ଛାତ୍ରବନ୍ଧୁ ପରିବେଶ ଗଠନ ପାଇଁ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଛନ୍ତି। ଛାତ୍ରଛାତ୍ରୀଙ୍କ ସମର୍ଥନ, ସହଯୋଗ ଓ ଆଶୀର୍ବାଦ ନେଇ ଏହି ପ୍ୟାନେଲ୍ ନିର୍ବାଚନରେ ବିଜୟୀ ହୋଇ ଛାତ୍ର ସମାଜର ସ୍ୱରକୁ ଆହୁରି ଦୃଢ଼ କରିବାକୁ ଆଶାବାଦୀ।
ହିନ୍ଦୁସ୍ଥାନ ସମାଚାର / ରବି