କୃଷି ବିଜ୍ଞାନ ବିଭାଗର କ୍ଷେତ୍ର ପରିଦର୍ଶନ
କୃଷି ବିଜ୍ଞାନ ବିଭାଗର କ୍ଷେତ୍ର ପରିଦର୍ଶନ
କୃଷି ବିଜ୍ଞାନ ବିଭାଗର କ୍ଷେତ୍ର ପରିଦର୍ଶନ


କୃଷି ବିଜ୍ଞାନ ବିଭାଗର କ୍ଷେତ୍ର ପରିଦର୍ଶନ


ସମ୍ବଲପୁର, ୦୯, ଅକ୍ଟୋବର (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତର ଧାନ କ୍ଷେତ ଗୁଡିକରେ ପତ୍ରପୋଡା ପୋକ, ଚକଡା ପୋକ ଲାଗି ଧାନ ଚାଷ କ୍ଷତି କରୁଥିବା ଏବଂକୌଣସି ଔଷଧ କାମ କରୁନଥିବା ନେଇ ଗତ ସୋମବାର କିଛି ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଆଜି ସମ୍ବଲପୁର କୃଷି ବିଜ୍ଞାନ କେନ୍ଦ୍ରରୁ କେତେକ ଅଧିକାରୀ ଫାଶୀମାଲ ଅଞ୍ଚଳର ଚାଷୀଙ୍କ ଧାନ ଫସଲ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି । ଅଞ୍ଚଳର ହରମୋହନ ପଟେଲ, ହରିହର ପଟେଲ, ହରି ପ୍ରସାଦ ନାଏକ, ଉମେଶ ଚନ୍ଦ୍ର ପଟେଲ, ଅନୁପ ପଟେଲ, ବୈକୁଣ୍ଠ ପଟେଲ, ପ୍ୟାରୀ ମୋହନ ପଟେଲ, ପଙ୍କଜ ପଟେଲ, ବଳଦେବ ଯଇପୁରିଆ, ଶ୍ରୀକାନ୍ତ ପଟେଲ,ରଘୁ ମଣି ଚୌଧୁରୀ, ବିନୟ ନାୟକ ସମେତ ଅନେକ ଚାଷୀ ଙ୍କ କ୍ଷେତ୍ର ପରିଦର୍ଶନ କରିଥିବା ଜଣା ପଡିଛି, ଉକ୍ତ ପରିଦର୍ଶନ କାର୍ଯ୍ୟକ୍ରମ ରେ ଗ୍ରାମ୍ୟ କୃଷି ଅଧିକାରୀ ଲୀଳାବତୀ ଗଡ଼ନାୟକ ଏବଂ କୃଷକ ସାଥୀ ବାବଲୁ ଧୂରୁଆ ଉପସ୍ଥିତ ଥିଲେ

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande