
କେନ୍ଦ୍ରାପଡ଼ା, ୯ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲାର ପୂର୍ବତନ ସୈନିକ ସଂଘ ୮ ଅକ୍ଟୋବରକୁ ୯୪ ତମ ବାୟୁସେନା ଦିବସ ତିନିମୁହାଣ ସ୍ଥିତ ଅମର ଯବାନ ସହିଦ ସ୍ତମ୍ବ ସ୍ମାରକରେ ଅଧ୍ୟକ୍ଷ କ୍ୟାପଟେନ ଅଭୟ କୁମାର ଲେଙ୍କାଙ୍କ ନେତୃତ୍ୱରେ ପାଳନ କରାଯାଇଥିଲା । ଅଧ୍ୟକ୍ଷ ଦୀପକ ପ୍ରଜ୍ୱଳନ ଏବଂ ପୁଷ୍ପ ଚକ୍ର (ରିତ) ଅର୍ପଣ କରି ଉଦ୍ଘାଟନ କରିଥିଲେ । ଅମର ଯବାନ ମାନଙ୍କ ଉଦ୍ଦେଶ୍ୟରେ ସମସ୍ତ ସଦସ୍ୟ ସାମୁହିକ ସାଲ୍ୟୁଟ ପ୍ରଦାନ କରିଥିଲେ । ରାଷ୍ଟ୍ରଗାନ ଏବଂ ରାଷ୍ଟ୍ରଗୀତ ସାମୁହିକ ଗାନ କରି ଭାରତ ମାତାର ଜୟ, ବନ୍ଦେ ମାତରମ୍, ସହିଦ ଯବାନ ଅମର ରହେ ର ଉଦଘୋଷ କରାଯାଇଥିଲା । ଅଧ୍ୟକ୍ଷ ଏବଂ ଏମ.ଡବ୍ଲୁ.ଓ ଶତ୍ରୁଘ୍ନ ଓଝା କେକ୍ କାଟି ସମସ୍ତଙ୍କ ଗହଣରେ ବାୟୁସେନା ଦିବସ ସେଲିବ୍ରେସନ କରିଥିଲେ ।
ସୂଚନା ଯୋଗ୍ୟ ଯେ ୮ ଅକ୍ଟୋବର ୧୯୩୨ ମସିହାରେ ଆମ ଦେଶରେ ବାୟୁସେନାର ପ୍ରତିଷ୍ଠା ହୋଇଥିଲା । ଏହି ପ୍ରତିଷ୍ଠା ଦିବସରେ ବାୟୁସେନାର ବାୟୁ ବୀରମାନଙ୍କୁ ମନେ ପକାଇବା ପାଇଁ ପୁରା ଦେଶରେ ବାୟୁସେନା ଦିବସ ପାଳନ କରାଯାଇଥାଏ । କେନ୍ଦ୍ରାପଡା ଜିଲ୍ଲାର ପୂର୍ବତନ ସୈନିକ ସଂଘ ଅଧ୍ୟକ୍ଷ ଏବଂ ସାଧାରଣ ସମ୍ପାଦକ ସୁବେଦାର ମେଜର ବୀରବର ପାତ୍ର ସଙ୍ଗଠନ ତରଫରୁ ବାୟୁସେନାର ବାୟୁବୀର ସଦସ୍ୟ ମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ସଙ୍ଗଠନରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ସଦସ୍ୟ ସୁବେଦାର ମେଜର ଜୟନ୍ତ କୁମାର ସାହୁ, ଏମ.ଡବ୍ଲୁ.ଓ ମନୋଜ କୁମାର ବାରିକ, ଏମ.ଡବ୍ଲୁଓ ମନୋଜ କୁମାର ବାରିକ ଭାଇଙ୍କ ଧର୍ମ ପତ୍ନୀ ଶଶିକଳା ବାରିକ, ସୁବେଦାର ରାଜକିଶୋର ସ୍ୱାଇଁ, ହାବିଲଦାର ସୁଶାନ୍ତ କୁମାର ନାୟକ, ନାଏବ ସୁବେଦାର ହରେକୃଷ୍ଣ ସାମଲ, ସୁବେଦାର ମେଜର ବିଚିତ୍ର କୁମାର ନାୟକ ଏବଂ ସୁବେଦାର ମେଜର ପ୍ରଦୀପ କୁମାର ଦାସ ପ୍ରମୁଖଙ୍କୁ ଅଧ୍ୟକ୍ଷ ଉତ୍ତରିୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ବାୟୁସେନାର ବାୟୁବୀର ମାନେ ମଧ୍ୟ ସମସ୍ତ ସଦସ୍ୟ ମାନଙ୍କୁ ଏକ ଗୋଲାପ ଫୁଲ ଏବଂ ଏକ କଲମ ସମସ୍ତ ସଦସ୍ୟ ମାନଙ୍କୁ ଏବଂ ଉପସ୍ଥିତ ସମାଜ ସେବୀମାନଙ୍କୁ ପ୍ରଦାନ କରି ସ୍ୱାଗତ ପ୍ରଦାନ କରିଥିଲେ । ବାୟୁସେନା ବିଗତ ବର୍ଷ ମାନଙ୍କରେ କିପର ଅସାଧାରଣ କାର୍ଯ୍ୟ କରିଛି ସେ ବିଷୟ ରେ କ୍ୟାପଟେନ ବାନାମ୍ବର ସ୍ୱାଇଁ ଏବଂ ଏମ.ଡବ୍ଲୁ.ଓ ମନୋଜ କୁମାର ବାରିକ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ପୂର୍ବ ବରିଷ୍ଠ ପରାମର୍ଶଦାତା ମହେଶ୍ୱର କର, ହାବିଲଦାର ପ୍ରଫୁଲ୍ଲ କୁମାର ଉପାଧ୍ୟାୟ, ସୁବେଦାର ମେଜର ଗୌରାଙ୍ଗ ଚରଣ ସ୍ୱାଇଁ, ନାଏବ ସୁବେଦାର ଅର୍ଜ୍ଜୁନ କୁମାର ମୁଦୁଲି, ନାଏକ ଶକ୍ତିକାନ୍ତ ସ୍ୱାଇଁ, ଯେ.ଡବ୍ଳୁ.ଓ. ତୁଷାରକାନ୍ତ ମହାପାତ୍ର, ଏସ.ଜି.ଟି. କୃଷ୍ଣ ଚନ୍ଦ୍ର ରାଉତ, ଭେଟେରାନ ଦିପକ କୁମାର ପତି, ଏସ.ଜି.ଟି. ଭାଗବତ ପ୍ରସାଦ ନାୟକ, ଏସ.ଜି.ଟି. ଜିତେନ୍ଦ୍ର କୁମାର ପଣ୍ଡା, ଭେଟେରାନ ସନ୍ତୋଷ କୁମାର ପରିଡା, ଯେ.ଡବ୍ଳୁ.ଓ. ଅକ୍ଷୟ କୁମାର ସାହୁ, ଭେଟେରାନ ରାଜ କିଶୋର ସ୍ୱାଇଁ, ଏସ.ଜି.ଟି.ପ୍ରସାନ୍ତ କୁମାର ଜେନା ଏବଂ ସମାଜସେବୀ ରଣଜିତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ସୁବେଦାର ମେଜର ପ୍ରଦୀପ କୁମାର ସାହୁ ।
ହିନ୍ଦୁସ୍ଥାନ ସମାଚାର / ରବି