ବିଏମ୍ ସିର ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମିୟାଓ୍ୱାକି ପଦ୍ଧତିରେ ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଆଉ ଏକ ଜଙ୍ଗଲ ସୃଷ୍ଟି ପାଇଁ ପଦକ୍ଷେପ
ଭୁବନେଶ୍ୱର , 09 ଅକ୍ଟୋବର (ହି.ସ.) - ଭୁବନେଶ୍ୱର ମହାନଗର ନିଗମ(ବି.ଏମ୍.ସି.) ଓ ବନ ବିଭାଗ ସହଯୋଗରେ ବ୍ୟାପକ ବୃକ୍ଷରୋପଣ, ସହରାଞ୍ଚଳ ଜଙ୍ଗଲ, ମିଆୱାକି ଜଙ୍ଗଲ, ଆଭେନ୍ୟୁ ବୃକ୍ଷରୋପଣ ଏବଂ ମିଡିଆନ ସବୁଜୀକରଣ ମାଧ୍ୟମରେ ରାଜଧାନୀର ସବୁଜ ଆଚ୍ଛାଦନ ବୃଦ୍ଧି ପାଇଁ ନିରନ୍ତର ପ୍ରୟାସ କରିଆସୁଅଛି । ବରମ
ବିଏମ୍ ସିର ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମିୟାଓ୍ୱାକି ପଦ୍ଧତିରେ ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଆଉ ଏକ ଜଙ୍ଗଲ ସୃଷ୍ଟି ପାଇଁ ପଦକ୍ଷେପ


ଭୁବନେଶ୍ୱର , 09 ଅକ୍ଟୋବର (ହି.ସ.) - ଭୁବନେଶ୍ୱର ମହାନଗର ନିଗମ(ବି.ଏମ୍.ସି.) ଓ ବନ ବିଭାଗ ସହଯୋଗରେ ବ୍ୟାପକ ବୃକ୍ଷରୋପଣ, ସହରାଞ୍ଚଳ ଜଙ୍ଗଲ, ମିଆୱାକି ଜଙ୍ଗଲ, ଆଭେନ୍ୟୁ ବୃକ୍ଷରୋପଣ ଏବଂ ମିଡିଆନ ସବୁଜୀକରଣ ମାଧ୍ୟମରେ ରାଜଧାନୀର ସବୁଜ ଆଚ୍ଛାଦନ ବୃଦ୍ଧି ପାଇଁ ନିରନ୍ତର ପ୍ରୟାସ କରିଆସୁଅଛି । ବରମୁଣ୍ଡା ବସଷ୍ଠାଣ୍ଡ ନିକଟରେ ମିୟାଓ୍ୱାକି ପଦ୍ଧତିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତି ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ଶିକ୍ଷା ଓ ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ, ଗ୍ରୀଭାନ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ବିନୟିନୀ ଜେନା, ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ପୂର୍ବତନ କର୍ପୋରେଟର ତଥା ସମାଜସେବୀ ଶ୍ରୀ ଅଶ୍ୱନୀକୁମାର ସାମନ୍ତରାୟ, ଦକ୍ଷିଣ-ପଶ୍ଚିମ ଜେଡିସି ଶ୍ରୀ ରାକେଶ କୁମାର ପାତ୍ର, ସହକାରୀ କମିଶନର ଶ୍ରୀ ଲୋକନାଥ ବେଜ୍, ପରିବେଶ ଅଧିକାରୀ ଶ୍ରୀମତୀ ହିମାନୀ ନାୟକ, ବନବିଭାଗ ଅଧିକାରୀ ପୁହାଣ ଟୁଡୁ ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଏମ୍ ସିର ବହୁ ଅଧିକାରୀ ଓ କର୍ମଚାଲୀଙ୍କ ସହ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ବିଭିନ୍ନ ସ୍ୱେଚ୍ଛାସେହୀ ସଂଗଠନର କର୍ମକର୍ତ୍ତା, ସ୍ଥାନୀୟ ଅଧିବାସୀ ପ୍ରମୁଖ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଠାରେ 8 ହଜାର ବୃକ୍ଷ ରୋପଣ କରାଯାଇଛି । କେବଳ ସେତିକି ନୁହେଁ, ବିଗତ ତିନି ବର୍ଷ ମଧ୍ୟରେ ଲକ୍ଷାଧିକ ବୃକ୍ଷ ରୋପଣ କରିବା ସହ ଅନେକ ସ୍ଥାନରେ ଜଙ୍ଗଲ ସୃଷ୍ଟି କରି ସମଗ୍ର ଦେଶରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି ବିଏମ୍ ସି ।

ଭୁବନେଶ୍ୱର ମହାଗନର ନିଗମ ୨୦୨୪-୨୫ ଆର୍ଥିକ ବର୍ଷରେ, ସିଟି ଫରେଷ୍ଟ ଡିଭିଜନର ସହଯୋଗରେ ସହରର ବିଭିନ୍ନ ସ୍ଥାନରେ ୨୧ ହଜାରରୁ ଅଧିକ ଚାରା ରୋପଣ କରି ୫ଟି ମିଆୱାକି ଜଙ୍ଗଲ ସୃଷ୍ଟି କରିଥିଲା । ଏହି ସଫଳତାକୁ ଆଗକୁ ବଢ଼ାଇ ୨୦୨୫-୨୬ ଆର୍ଥିକ ବର୍ଷରେ ସିଟି ଫରେଷ୍ଟ ଡିଭିଜନ ଏବଂ ଚନ୍ଦକା (ବନ୍ୟପ୍ରାଣୀ) ଡିଭିଜନର ସହଯୋଗରେ ବିଭିନ୍ନ ସ୍ଥାନରେ ୫୪,୮୫୦ଟି ଚାରା ରୋପଣ କରି 10ଟି ମିଆୱାକି ଜଙ୍ଗଲ ସୃଷ୍ଟି କରାଯାଇଛି । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବି.ଏମ୍.ସି. ସମଗ୍ର ସହରରେ ୧ ଲକ୍ଷ ବୃକ୍ଷ ରୋପଣ କରିବାର ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛି । ସହରାଞ୍ଚଳର ସବୁଜ ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ପରିବେଶୀୟ ସ୍ଥିରତା ବୃଦ୍ଧି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅଭିଯାନରେ ଏପର୍ଯ୍ୟନ୍ତ ୫୩, ୫୦୦ଟି ଚାରା ରୋପଣ କରାଯାଇ ସମୁଦାୟ 7 ଗୋଟି ମିଆଓ୍ୱାକି ଜଙ୍ଗଲ ସୃଷ୍ଟି କରାଯାଇଛି । ଏହା ହେଉଛି ଚଳିତ ବର୍ଷର 8ମ ମିଆୱାକି ଜଙ୍ଗଲ । ମୋଟ ଉପରେ କହିବାକୁ ଗଲେ ଗତ ତିନି ବର୍ଷ ମଧ୍ୟରେ ବିଏମ୍ ସି ଅଂଚଳରେ ସମୁଦାୟ 22 ଗୋଟି ମିଆଁଓ୍ୱାକି ଜଙ୍ଗଲ ସୃଷ୍ଟିକରାଯାଇଛି ।

ମିଆୱାକି ପଦ୍ଧତିରେ ବୃକ୍ଷରୋପଣ ସହିତ ବି.ଏମ୍.ସି. ପକ୍ଷରୁ ବ୍ୟାପକ ଆଭେନ୍ୟୁ, ମିଡିଆନ ଏବଂ ବିଭିନ୍ନ ପଡିଆ ଜମିରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି। ୨୦୨୬-୨୭ ଆର୍ଥିକ ବର୍ଷରେ ଭୁଆଶୁଣୀ-ଦାରୁଠେଙ୍ଗସ୍ଥିତ ବାୟୋ-ମାଇନିଂ ସାଇଟ୍ର ୪ ଏକର ଜମିରେ ମିଆୱାକି ପଦ୍ଧତି ଓ ବ୍ଲକ୍ ପ୍ଲାଣ୍ଟେସନ୍ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଛି । ବି.ଏମ୍.ସି., ବନ ବିଭାଗ ଏବଂ ଓଏଫ୍ଡିସିର ସକ୍ରିୟ ସହଭାଗିତା ଭୁବନେଶ୍ୱରକୁ ଏକ ସବୁଜ, ସ୍ୱଚ୍ଛ, ଜଳବାୟୁ ଅନୁକୂଳ ଓ ପରିବେଶ ସହନଶୀଳ ସହର ଭାବେ ବିକଶିତ କରିବା ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ବୋଲି କହିଛନ୍ତି ମେୟର ଶ୍ରୀମତୀ ସୁଲୋଚନା ଦାସ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande